ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩୦ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସର ନାଗରିକଙ୍କୁ ଟୀକାକରଣ

  • ୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୩ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣ
  • ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି ସହ ଜିଲ୍ଲାର ତରଭା, ସୋନପୁର, ଉଲୁଣ୍ଡା, ତରଭା, ବୀରମହାରାଜପୁର ବ୍ଲକ ଅଂଚଳର ୩୦ଟି ବ୍ୟବସ୍ଥିତ ଟୀକାକେନ୍ଦ୍ରରେ ୧୮ରୁ ଅଧିକ ବୟସର ହିତାଧିକାରୀଙ୍କ ସହ ଏଚସିଡବ୍ଲୁ /ଏଫଏଲଡବ୍ଲୁ ଏବଂ ୬୦ ବର୍ଷରୁ ଅଧିକ ସହିତ କୋ-ମୋରବିଡିଟିଙ୍କୁ ପ୍ରିକସନ ଡୋଜ (କୋଭାସିଲଡ଼) ଟୀକାକରଣ କରାଯିବ । ସେହିପରି ଜିଲ୍ଲାର ଡୁଙ୍ଗୁରିପାଲି, ସୋନପୁର ଓ ତରଭା ଅଞ୍ଚଳର ବ୍ୟବସ୍ଥିତ ୧୩ଟି କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ (କୋଭାକ୍ସିନ) ଟୀକାକରଣ କରାଯିବ, ପୁନଶ୍ଚ ୧୨ ରୁ ୧୪ ବର୍ଷ ପର୍ଯ୍ୟନ୍ତ କେବଳ ଡୁଙ୍ଗୁରିପାଲି, ସୋନପୁର ଓ ତରଭା ବ୍ଲକ ଅଂଚଳର ହିତାଧିକାରୀଙ୍କୁ (ଅଫଲାଇନ ଜରିଆରେ) ୧୩ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣ କରାଯିବ । ବ୍ୟବସ୍ଥିତ ସମସ୍ତ କେନ୍ଦ୍ର ଗୁଡିକରେ ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇ ପାରିବେ ଅଥବା ଉକ୍ତ ଦିନ ନିର୍ଦ୍ଧାରିତ ସମୟ ସକାଳ ଘଂ୦୯-୦୦ରେ କେନ୍ଦ୍ରକୁ ଯାଇ ଟୀକା ନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ । ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର, ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ଉକ୍ତ ଦିନ ଗୁଡିକରେ ସକାଳ ୦୯ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ହିତାଧିକାରୀ ଟୀକାକରଣ ପାଇଁ ଅନଲାଇନ https://selfregistration.cowin.gov.inରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇ ପାରିବେ । ଟୀକାକରଣ ନିମନ୍ତେ ହିତାଧିକାରୀଙ୍କ ପାଇଁ ଆଜି ତା ୦୯/୦୮/୨୨ ରାତ୍ର ୦୮-୦୦ଘଂରୁ କୋଭାସିଲଡ଼ ଓ କୋଭାକ୍ସିନ ପାଇଁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିଛି ।

Leave A Reply

Your email address will not be published.

20 + 5 =