pakka

ଲଘୁଚାପ ଜନିତ ବର୍ଷା : ବରଗଡ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଙ୍ଗ

l2

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲଘୁଚାପ ଜନିତ ବର୍ଷା ଯୋଗୁଁ ଗତ ଦୁଇ ଦିନ ଧରି ବରଗଡ଼ ଜିଲ୍ଲାର ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଯୋଗୁଁ ରେଡ୍ ୱାର୍ଣ୍ଣିଙ୍ଗ ଜାରି କରିଛନ୍ତି । ଗତ ଦୁଇ ଦିନ ଧରି ବରଗଡ଼ ଜିଲ୍ଲା ରେ ୫୧୯.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଜିଲ୍ଲା ର ପାଇକମାଲ ବ୍ଲକ ଅଞ୍ଚଳରେ ସର୍ବାଧିକ ୯୪.୦ମିମି ବର୍ଷା ହୋଇଥିବା ବେଳେ ବରଗଡ଼ ବ୍ଲକ ଅଞ୍ଚଳରେ ସର୍ବନିମ୍ନ ୧୭.୮ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗର କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ।

pp
Leave A Reply

Your email address will not be published.

14 + sixteen =