pakka

ଉଦ୍ଧାର ହୋଇ ମିଶନ ଚାରିଟିରେ ଥଇଥାନ ହେଲେ ମାନସିକ ବିକାର ଗ୍ରସ୍ତ ମହିଳା

ଭବାନୀପାଟଣା : ଉଦ୍ଧାର ହୋଇ ମିଶନ ଚାରିଟିରେ ଥଇଥାନ ହେଲେ ମାନସିକ ବିକାର ଗ୍ରସ୍ତ ମହିଳା । ସୂଚନା ଅନୁସାରେ ଭବାନୀପାଟଣା ସହରରେ ଜଣେ ଚାଳିଶ ବର୍ଷୀୟ ମାନସିକ ବିକାର ଗ୍ରସ୍ତ ମହିଳା ଏଣେତେଣେ ବୁଲୁଥିବା ନେଇ ସଦର ଥାନା ଆଇଆଇସି ରଶ୍ମିତା ପ୍ରଧାନ ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଖାଇବା ପିଇବା ପାଇଁ ଦେଇଥିଲେ । ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଦନଜିତ ହୋତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଥଇଥାନର ବ୍ୟବସ୍ଥା କରିବା ପାଇଁ ଆଲୋଚନା କରିଥିଲେ । ଗତକାଲି ସନ୍ଧ୍ୟା ହୋଇଥିବାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ୱାନ ଷ୍ଟପ ସେଣ୍ଟରରେ ବିନିତା ଦାସଙ୍କ ସହଯୋଗରେ ଗୋଟିଏ ରାତ୍ରି ପାଇଁ ରଖା ଯାଇଥିଲା । ଆଜି ଖବର ପାଇ ସମାଜସେବୀ ଯଶୋବନ୍ତ ରଣାଙ୍କ ସହଯୋଗରେ ତାଙ୍କୁ ଧର୍ମଗଡ଼ ସ୍ଥିତ ମିଶନ ଚାରିଟିରେ ନେଇ ଥଇଥାନ କରାଯାଇଥିବା ଜଣାପଡିଛି । ଉକ୍ତ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ମିଶନ ଚାରିଟିରେ ରହିବେ । ଆଜିର ଏହି ଉଦ୍ଧାର କାର୍ଯ୍ୟରେ ଅରୁଣ ମହାପତ୍ର, ଯଶୋବନ୍ତ ରଣା, ବିନୀତ ଦାସ, ପ୍ରତାପ ସାହୁ, ଧରୁଣୀ ଗୌଡ଼ ପ୍ରମୁଖ ସହଯୋଗ କରି ତାଙ୍କୁ ଧର୍ମଗଡ଼ ସ୍ଥିତ ମିଶନ ଚାରିଟିକୁ ନେଇ ଥଇଥାନ କରିଥିଲେ ।

Leave A Reply

Your email address will not be published.

seventeen − one =