csstore

କୁଶମେଲରେ ୨୦ ଜଣଙ୍କୁ ଟିକାକରଣ

ଲୋଇସିଂହା, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯାହାକୁ ନେଇ ପ୍ରଶାସନ ପକ୍ଷରୁ ସଚେତନତା ମଧ୍ୟ କରାଯାଉଛି । ଅନ୍ୟପଟେ ଲୋକେ କୋଭିଡ଼ ଟିକା ନେବା ପାଇଁ ମଧ୍ୟ ଭୟ କରୁଛନ୍ତି ତେବେ ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ, ତହସିଲଦାର ବିଜୟ କୁମାର ମିଶ୍ର କୁଶମେଲ ଗ୍ରାମର କଲୋନୀ ପଡାକୁ ଯାଇ ସମିତି ସଭ୍ୟା ଜୋଷ୍ଣ।ମୟୀ ନାଗଙ୍କ ନେତୃତ୍ୱରେ ଲୋକଙ୍କ ଘରକୁ ଘର ଯାଇ କୋଭିଡ଼ ଟିକା ନେବା ପାଇଁ ଲୋକଙ୍କୁ ନେବା ଅନୁରୋଧ କରିଥିଲେ । ଶେଷରେ ୨୦ ଜଣଙ୍କୁ ଏଏନଏମ ମନୀଷା କୁମ୍ଭାର, ଡିଓଇଜି କାନ୍ତାମା ଟିକା କରଣ କରିଥିଲେ । ଆଶା କର୍ମୀ ଚନ୍ଦ୍ରକାନ୍ତି ବିଭାର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.