csstore

ସୁବର୍ଣ୍ଣପୁରର ଭୀମଭୋଇ କଳା ମଣ୍ଡପଠାରେ ପଏଁରୀ ତିହାର – ୨୦୨୨ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଭୀମଭୋଇ କଳା ମଣ୍ଡପଠାରେ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ ପଏଁରୀ ତିହାର୍ – ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଲଡୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର କେନ୍ଦ୍ର ନିର୍ଦ୍ଦେଶକ ଶରତ ବେହେରା, ପୌରାଧ୍ୟକ୍ଷା ତାମସୀ ତମସ୍ମିତା ନାଏକ, ନାଟ୍ୟଶ୍ରୀ ଗଦାଧର ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁବର୍ଣ୍ଣପୁର ମାଟିର ବର୍ଣ୍ଣିଳ କଳା, ସଂସ୍କୃତି ତଥା ନିଆରା ପରମ୍ପରାର ଅସ୍ମିତା ସଂପର୍କରେ ଆଲୋକପାତ କରିଥିବା ବେଳେ ପ୍ରାଚୀନ ଲୋକକଳାର ପ୍ରଚାର ସହ ସଂରକ୍ଷଣ ଉପରେ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ଚଳିତ ବର୍ଷର ପଏଁରୀ ସମ୍ମାନ ପ୍ରଖ୍ୟାତ ଲୀଳାଦଣ୍ଡ କଳାକାର ରସିକ ସାହୁଙ୍କୁ ଦିଆଯାଇଥିଲା । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛତିଶଗଡର ରାୟପୁରର ଲୋକନୃତ୍ୟ ସହ ଭାବନୀପାଟଣା, ବଲାଙ୍ଗିର, ବରଗଡ, ରାୟଗଡା ଏବଂ ପଏଁରୀ ତରଫରୁ କଳାକାରଙ୍କ ଦ୍ୱାରା ଲୋକନୃତ୍ୟ ଓ ଗୀତ ପରିବେଷିତ ହୋଇଥିଲା ।

jayashree
Leave A Reply

Your email address will not be published.