jayashree

ସୁଲୋଚନା ଦୋରା ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ସ୍ଥିତ ମିନି ଷ୍ଟାଡିୟମରେ ନୂଆଁପାଲି ୟୁଥ୍ କ୍ଲବ୍ ପକ୍ଷରୁ ସୁଲୋଚନା ଦୋରା ସ୍ମାରକୀ ଦୁଇ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେଡି ବରିଷ୍ଠ ନେତା ତଥା ସାହିତ୍ୟକ ଉମା ଶଙ୍କର ସିଂ, ବିଜେଡି ଯୁବ ନେତା ଶୈଳେନ୍ଦ୍ର ସାହୁ, କୌସ୍ତୁଭମଣି ପଧାନ, ରାମେଶ୍ୱର ଦୋରା, ଶୋଭାବନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଯୋଗିତାର ଲିଗ୍ ମ୍ୟାଚରେ ପ୍ରଥମ ମ୍ୟାଚରେ ରାଜବୀର ଇଲେଭେନ୍ ଓ ବୁଟୁ ଇଲେଭେନ ଏବଂ ଦ୍ୱିତୀୟ ମ୍ୟାଚ ମିଶନ ଇଲେଭେନ୍ ଓ ଅଭାନ୍ସ ଏଣ୍ଡ ଆୟାଂସ ଦଳ ଖେଳିଥିଲେ । ଏହି ୨ଟି ମ୍ୟାଚର ବିଜେତା ରାଜବୀର ଇଲେଭେନ୍ ଓ ମିଶନ ଇଲେଭେନ୍ ମଧ୍ୟ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ମିଶନ ଇଲେଭେନ୍ ବିଜୟୀ ହୋଇଥିଲା । ପରିଚାଳନା କମିଟିର ନରେଶ ସାହୁ, ମକୁନ୍ଦ ଭୋଇ, ଅନିଲ ଗଡତ୍ୟା, ଦେବେନ୍ଦ୍ର ତରିଆ, ପ୍ରଶିସ ଦୋରା, ରଜତ ପଧାନ,ଆଶିଷ ସା, ରିକନ୍ ଭୁଏ, ବୁଲୁ ସାହୁ, ସରୋଜ ଦଳପତି ପରମା ପଶାୟତ, ଚକା ଭୁଏ, ମାୟାଧର ମହାଲିଙ୍ଗଙ୍କ ସହ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.