csstore

ରକ୍ତଦାନ କରି ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ତରୁଣ

ବରଗଡ, (ନିରୋଜ କୁମାର ପାଣୀ) : ରକ୍ତଦାନ ଜୀବନ ଦାନ, କଲେ କରାଇଲେ ଜୀବନ ଧନ୍ୟ । ବର୍ତମାନ ଗ୍ରୀଷ୍ମ ଋତୁରେ ବରଗଡ଼ ସମେତ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ବେଳେ ରୋଗୀ ରକ୍ତ ବୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟତଃ ବର୍ତମାନ ଅତ୍ୟଧିକ ଗରମ ହେଉଥିବାରୁ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହେବାର କମିଯାଇଛି ଯଦ୍ୱାରା ରକ୍ତ ଭଣ୍ଡାରରେ ସାଧାରଣ ବର୍ଗର ରକ୍ତ ମଧ୍ୟ ମିଳୁନାହିଁ ଏଭଳି ଏକ ସଙ୍କଟ ସମୟରେ ବରଗଡ଼ ଏକ ଘରୋଇ ଚିକିତ୍ସାଲୟରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ରକ୍ତର ଆବଶ୍ୟକତା ହେବାରୁ ସଂକଳ୍ପ ପରିବାରର ତରୁଣ ପଟେଲ ସ୍ୱେଚ୍ଚାକୃତ ଭାବରେ ବରଗଡ଼ ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ । ତରୁଣ ପ୍ରଥମ କରି ସଂକଳ୍ପ ପରିବାରର ପ୍ରତିଷ୍ଠା ଦିବସ ଅବସରରେ ୧୪ ଫେବୃଆରୀ ୨୦୨୪ ରେ ରକ୍ତଦାନ କରିଥିବା ବେଲେ ପର୍ଯ୍ୟାୟକ୍ରମେ ନିୟମିତ ଭାବରେ ରକ୍ତଦାନ କରି ଆଶୁଛନ୍ତି । ଆଜିର ରକ୍ତଦାନକୁ ମିଶାଇ ମୋଟ ତିନିଥର ରକ୍ତଦାନ କରିଥିବା ତରୁଣ ରକ୍ତଦାନ କରିବା ପରେ ଅତ୍ୟନ୍ତ ଖୁସି ଅନୁଭବ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ନିୟମିତ ଭାବରେ ରକ୍ତଦାନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି ।

jayashree
Leave A Reply

Your email address will not be published.