କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

କଟକ, (ଚକ୍ରବର୍ତ୍ତୀ ଓତା) : କଟକସଦର ବ୍ଲକ୍‌ ଅର୍ନ୍ତଗତ ୪୨ମୌଜା ଝାରକଟା ପଂଚାୟତସ୍ଥ ପଟଣା ଗ୍ରାମର ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ଭବନରେ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକରେ ଏକ ସ୍ମୃତିଚାରଣ ସଭା ଭିଡିଓ କନ୍‌ଫରେନ୍ସି ଜରିଆରେ ଅନୁଷ୍ଠାନର ସଭାପତି ସମାଜସେବୀ ଇଂ ଅଶୋକ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅନୁଷ୍ଠାନର ପରାର୍ମଶ ଦାତା ସରୋଜ ନଳିନୀ ପରିଜା, ବିଶିଷ୍ଟ ସମବାୟବିତ୍‌ ମହେନ୍ଦ୍ର କୁମାର ନାୟକ, ସମାଜସେବୀ ପୁଷ୍ପରାଜ ପ୍ରଧାନ, ୬ନଂ ଜୋନ୍‌ର ଜିଲ୍ଲାପରିଷଦ ସଭ୍ୟ ବୀରବର ଲେଙ୍କା, ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ସମାଜସେବୀ ଶ୍ରୀକାନ୍ତ ବେଉରା, ପ୍ରାଧ୍ୟାପକ ଡଃ ସେକ୍‌ କଲିମୁଲ୍ଲା, ପ୍ରାଧ୍ୟାପକ ସ୍ୱାଧିନ ଶେଖର ଷଢଙ୍ଗୀ, ସମାଜସେବୀ ଶୌଳେନ୍ଦ୍ର ମହାନ୍ତି, ପୂର୍ବତନ ସମିତି ସଭ୍ୟ ବିନୋଦ ବେହେରା, ୪୨ମୌଜା ଯାଦବ ମହାସଭାର ସଭାପତି ବୁଲେଇ ବେହେରା, କଟକସଦର ବ୍ଲକ୍‌ ପୂର୍ବତନ ବ୍ଲକ୍‌ ଉପାଧ୍ୟକ୍ଷ ରତ୍ନାକର ବେହେରା, ଅନୁଷ୍ଠାନର ବରିଷ୍ଠ ସଭ୍ୟ ଜ୍ୟୋତିରଂଜନ ଦାସ, ଜଚିନ୍ଦ୍ରନାଥ ବେହେରା, ଜୟନ୍ତ କୁମାର ଦାସ, ସଂଯୋଜକ ଅଭୟ କୁମାର ଦାସ, ସମାଜସେବୀ ପ୍ରଭାତ କୁମାର ଖଟୁଆ, ନଟବର ବେହେରା, ଭାସ୍କର ଦାସ, କାର୍ତିକ ଦାସ, ହରିବନ୍ଧୁ ଆଚାର୍ଯ୍ୟ, ସଂଯୋଜକ ଚକ୍ରବର୍ତୀ ଓତା, ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ବେଉରା, ବିଭୂ ପ୍ରସାଦ ସ୍ୱାଇଁ, ଦିପ୍ତୀରଂଜନ ଶତପଥି, ଚନ୍ଦନ କୁମାର ମହାନ୍ତି ଉପସ୍ଥିତ ରହି ନିଜର ବକ୍ତବ୍ୟରେ ପ୍ରାଥମିକ ଭାବରେ ତପୁ ମିଶ୍ରଙ୍କ ପ୍ରଥମ ଅର୍ଜ୍ଜୁନ ଚଳଚିତ୍ରରେ ଗାଇଥିବା ଗୀତ ‘ମୁଁ ତୁମକୁ ଭଲପାଏ ‘ ବହୁତ ଲୋକପ୍ରିୟତା ଆଣି ଦେଇଥିଲା । ଏହାପରେ ସେ ୧୫୦ରୁ ଉଦ୍ଧ୍ୱର୍ ଚଳଚିତ୍ରରେ କଣ୍ଠଦାନ କରି ଓଲିଉଡ୍‌ରେ ଲୋକପ୍ରିୟତା ଅର୍ଜନ କରିଥିଲେ ବୋଲି କହିଥିଲେ । ପରେ ସମସ୍ତ କର୍ମକର୍ତା ମହାପ୍ରଭୂ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଶେଷରେ ଅନୁଷ୍ଠାନର ବରିଷ୍ଠ ସମ୍ପାଦକ ନାରାୟଣଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ ତାଙ୍କ ବକ୍ତବ୍ୟରେ ରଖିଥିଲେ କି ତପୁ ମିଶ୍ର ଦୁଇହଜାରରୁ ଅଧିକ ଗୀତରେ ସେ କଣ୍ଠଦାନ କରିଛନ୍ତି । ତାଙ୍କର ସୁମଧୁର କଣ୍ଠଦାନ ପାଇଁ ୪ଥର ଚଳଚିତ୍ର ପୁରସ୍କାର ପାଇଛନ୍ତି । ତାଙ୍କର ଅକାଳ ମୃତ୍ୟୁରେ ଓଡିଆ ଚଳଚିତ୍ର ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା । ଓଡିଆ ସଙ୍ଗୀତ ଜଗତରେ ୰ମିଶ୍ର ସ୍ଥାପନ କରିଥିବା କିର୍ତୀ ତାଙ୍କୁ ଚିରସ୍ମରଣୀୟ କରି ରଖିଥିବା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଉକ୍ତ ଭିଡିଓ କନ୍‌ଫରେନ୍ସିରେ ସମସ୍ତ ସଭ୍ୟ ସହଯୋଗ କରିଥିବାରୁ ଅନୁଷ୍ଠାନର ସମ୍ପାଦକଙ୍କ ତରଫରୁ ଧନ୍ୟବାଦ ଦିଆଯାଇ ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.

11 − 3 =