pakka

କାଳବୈଶାଖୀର ତାଣ୍ଡବ ଲୀଳା : କ୍ଷତିଗ୍ରସ୍ତଙ୍କୁ ସରକାରୀ ସହଯୋଗ ଦାବୀ

bbehera

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲବାହାଲି ଗାଁରେ କାଳବୈଶାଖୀର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି । ଏଥିଯୋଗୁଁ ପହରିଆପଡ଼ାର ସହଦେବ ମାଝିଙ୍କ ଦୁଇ ବଖରା ସହ ପରଚିର ଆଡ୍‌ବେଷ୍ଟେଜ୍‌ ସବୁ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଥିବା ଦେଖିବାକୁ ମିଳିଛି । ଏବିଷୟରେ ସହଦେବ ମାଝି କହିଛନ୍ତି ଯେ, ଗତ ମଙ୍ଗଳବାର ଅପରାହ୍ଣ ସମୟରେ କାଳବୈଶାଖୀର ତାଣ୍ଡବ ଲୀଳା ଦେଖିବାକୁ ମିଳିଥିଲା । ଭୟଙ୍କର ଝଡ଼ ବତାସ ସହିତ ଘୋର୍ ବର୍ଷା ହୋଇଥିଲା । ଏହି ସମୟରେ ଘରେ ମୁଁ ଓ ମୋର ସ୍ତ୍ରୀ ରାୟମତି ମାଝି, ମୋର ପୁଅ ଡୁଲେଶ୍ୱର ମାଝି (୧୫), ମୋର ବାପା ଭଗବାନ ମାଝି ଏବଂ ଆମ ଗାଁର ଗଉଁତିଆ ବନ ମାଝି, ମନୁ ମାଝି ଘରେ ଥିଲେ । ଝଡ଼ ବତାସ ହେତୁ ମୋର ଦୁଇ ବଖରା ସହ ପରଚିର ଆଡ୍‌ବେଷ୍ଟେଜ୍‌ ସବୁ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଥିଲା । ତେବେ ସହଦେବ ମାଝିଙ୍କୁ ଏହି କ୍ଷୟକ୍ଷତି ପାଇଁ ସରକାରୀ ସହଯୋଗ ଯୋଗଇ ଦେବାକୁ ଗାଁ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.

2 − one =