pakka

ଜୟଶ୍ରୀ କେମିକାଲସ୍‌ ୱାକର୍ସ ୟୁନିୟନର ବିଜୟ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରରେ ଗଢ଼ି ଉଠିଥିବା ବହୁ ପୁରାତନ ଜୟଶ୍ରୀ କେମିକାଲସ୍‌ କମ୍ପାନୀର ଶ୍ରମିକ ସଂଗଠନର କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ପୂର୍ବରୁ ହୋଇଥିଲା । ହାଇକୋର୍ଟ ଏହାକୁ କୌଣସି କାରଣରୁ ସ୍ଥଗିତାଦେଶ ଦେଇଥିଲେ । ପୁଣି ତାହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ବୁଧବାର ବ୍ୟାପକ ପ୍ରସ୍ତୁତି ଏବଂ କଡ଼ା ନିରାପତ୍ତା ମଧ୍ୟରେ ପୂର୍ବରୁ ହୋଇଥିବା ଭୋଟ ଗ୍ରହଣର ଭୋଟ ବାକ୍ସ ଖୋଲି ଗଣତି କରାଯାଇଥିଲା । ଶେଷରେ ଫଳାଫଳ ପ୍ରକାଶ କରାଯାଇଛି । ବ୍ରହ୍ମପୁରର ଯୁଗ୍ମ ଶ୍ରମ ସଚିବ ମଦନମୋହନ ପାଇକ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ବି.ହୃଷିକେଶ ରାଓ ଏବଂ ଅନ୍ୟ ସହକାରୀ ଶ୍ରମ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଏଥିରେ ତିନୋଟି ସଂଗଠନ ପକ୍ଷରୁ ନାମାଙ୍କନ ହୋଇ ଭୋଟ ଗ୍ରହଣ ହୋଇଥିଲା । ତନ୍ମଧ୍ୟରୁ ଜୟଶ୍ରୀ କେମିକାଲସ୍‌ ୱାକର୍ସ ୟୁନିୟନକୁ ୫୨ ଖଣ୍ଡ ଭୋଟ ମିଳିଥିବା ବେଳେ ଜୟଶ୍ରୀ କେମିକାଲସ୍‌ ଏମ୍ପ୍ଲଏସ ୟୁନିୟନକୁ ୧୩ ଖଣ୍ଡ, ଜୟଶ୍ରୀ କେମିକାଲସ୍‌ ଶ୍ରମିକ ସଂଘକୁ ମାତ୍ର ୩ ଖଣ୍ଡ ଭୋଟ ମିଳିଛି । ଏଥିରେ ଜୟଶ୍ରୀ କେମିକାଲସ୍‌ ୱାକର୍ସ ୟୁନିୟନ ବିପୁଳ ଭୋଟରେ ବିଜୟ ଲାଭ କରିଛି । ଏହି ସଂଗଠନ ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନ, ଯାହା ଶାସକ ଦଳ ସମର୍ଥିତ । ଏହି ସଂଗଠନର ନେତ୍ତୃବର୍ଗ ତରଫରୁ ପୂର୍ବତନ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ଶଙ୍କର ଦାଶ, ଜି.ସନ୍ତୋଷ ରେଡ୍ଡୀ, ଲକ୍ଷ୍ମୀଚରଣ ପାଢ଼ୀ ପ୍ରମୁଖ ବହୁ ଶ୍ରମିକ ନେତା, ଶ୍ରମିକ ଓ କର୍ମୀମାନେ ବିପୁଳ ସମାବେଶରେ ଯୋଗଦେଇ ନେତ୍ତୃବର୍ଗଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

five × three =