pakka

କର୍ଲାପିଟା ଗ୍ରାମରେ ୬୦ ଘର ଡୁମାଲ ସମାଜର ପିତୃମାତୃ ଚରଣ ବନ୍ଦନା କାର୍ଯ୍ୟକ୍ରମ ଓ ମନ୍ଥନ ସଭା ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କର୍ଲାପିଟା ଗ୍ରାମରେ ଲେହେରୁ ମହାକୁରଙ୍କ ସଭାପତିତ୍ୱରେ ପିତୃମାତୃ ଚରଣ ବନ୍ଦନା ଓ ଗ୍ରାମ୍ୟ ମନ୍ଥନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଆଇନଜୀବୀ ଜଗନ୍ନାଥ କରନ ଯୋଗ ଦେଇ ଜାତି ଆଧାରିତ ସମାଜରେ ସ୍ୱଚ୍ଛ ସାମ୍ବିଧାନିକ, ଗଣତାନ୍ତ୍ରିକ ପ୍ରକ୍ରିୟା, ଜନମତର ସମ୍ମାନ ସହ ଉଭୟ ମହିଳା ଓ ପୁରୁଷ ଲୋକମାନଙ୍କର ସାମାଜିକ କାର୍ଯ୍ୟରେ ସିଧା ଭାଗିଦାରୀର ସୁଯୋଗ ସୃଷ୍ଟି କରିବାକୁ ହେବ ବୋଲି ସଭାରେ ଆହ୍ୱାନ ଦେଇଥିଲେ । ଚିରାଚରିତ ଜାତି ଆଧାରିତ ସମାଜରେ ନ୍ୟାୟର ପ୍ରକ୍ରିୟା ଓ ବିବିଧ ବିବାଦର ସମାଧନ ପ୍ରକ୍ରିୟାରେ ପରିବର୍ତ୍ତନ ଦରକାର, ନ ହେଲେ ନିରୀହ ଦଣ୍ଡ ଭୋଗୁଥିବା ଦୁର୍ବଳ, ଅସହାୟ ତଥା ଅବହେଳିତ ମହିଳା ଓ ପୁରୁଷମାନଙ୍କ ପାଇଁ ଏକ ସ୍ୱଚ୍ଛ ନୀତି ନିୟମକୁ ସ୍ୱଚ୍ଛତାର ସହ ପାଳନ କରିବାର ଆବଶ୍ୟକ ଅଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ପଧାନ, ପ୍ରକାଶ ମେର୍ଲି, ରମାକାନ୍ତ ପ୍ରଧାନ, ଇଶ୍ୱର କରନ, ବ୍ୟାସଦେବ ଦେହୁରି, ଗୁରୁଦେବ କର୍ମୀ, ଟିକେଶ୍ୱର କର୍ମୀ, ଢେକଲ ପ୍ରଧାନ, ପୁରୁ କର୍ମୀ, ରାମଚନ୍ଦ୍ର ପ୍ରଧାନ, ବରୁଣ ବଘାର, ତୀର୍ଥ ପ୍ରଧାନ, ପୁରୁଷୋତ୍ତମ କର୍ମୀ, ବେଣୁଧର ଗଡୁଆ, ଅଭି ପ୍ରଧାନ, ତୀର୍ଥ କର୍ମୀ, ଘାସି କ୍ଷେତି, ଦିନବନ୍ଧୁ କର୍ମୀ, ସୁବନ ପଧାନ, ବିରେନ୍ଦ୍ର ପଧାନ ଆଲୋଚନାରେ ଭାଗ ନେଇ ନିଜସ୍ୱ ମତ ରଖିଥିଲେ । ଜାତି ସ୍ୱାଭିମାନକୁ ଉଚ୍ଚରେ ରଖି ସମାଜ ପାଇଁ ଶ୍ରେଷ୍ଠ ସହଯୋଗୀ ହୋଇ ଯୁବକ ଓ ମହିଳାଙ୍କ ମନୋବଳ ବୃଦ୍ଧି ସହ ସମାଜର ସାମୁହିକ ବିକାଶ କାମରେ ସମସ୍ତଙ୍କର ଶ୍ରେଷ୍ଠ ସହଯୋଗର ଆବଶ୍ୟକତା ଅଛି, ତେବେ ଯାଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମୁହିକ ବିକାଶ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୟ ଭିତରେ ବିକାଶର ଶୀର୍ଷ ସ୍ତରକୁ ସମାଜ ପହଞ୍ôଚ ପାରିବ । ଏହି ସଭାକୁ ସଫଳ କରିବା ପାଇଁ ଭାଗ୍ୟବତୀ ମହାକୁର, ରାହି କ୍ଷେତି, ଭାର୍ଗବୀ ଖମାରି, ଲବଙ୍ଗ କ୍ଷେତି, ତୁଳସୀ ପ୍ରଧାନ, ରାମ୍ଭା ପଧାନ, ଅର୍ପିତା ପଧାନ, ରୀନା ଗଡୁଆ, ସତ୍ୟ କ୍ଷେତି, ଚୌବନ ଗଡୁଆ, ମନମୋହନ କର୍ମୀ, କାଶୀ କ୍ଷେତି, ଟିକେଚନ କ୍ଷେତି, ମିଂଜନ ଗଡୁଆ, ଗୋପିନାଥ ଖମାରି, ଶମ୍ଭୁ କର୍ମୀ, ଶେଷଦେବ କର୍ମୀ, ଚମରା ମହାକୁର, କନ୍ଦର୍ପ କ୍ଷେତି, ସହଦେବ ପଧାନ, ଅର୍ଚ୍ଛ କ୍ଷେତି, ବିଣା ପଧାନ, ଇନ୍ଦ୍ର ପଧାନ, ପବିତ୍ର ପଧାନ, ଅଙ୍ଗଦ ପଧାନ, ବିଜୟ ପଧାନ, ଅଖିଳ ପଧାନ, ଅଚ୍ୟୁତାନନ୍ଦ ପଧାନ, ଦୟାନିଧି ପଧାନ, ତେଜ ପଧାନ, ବୃନ୍ଦାବତି ଗଡୁଆ, କଲ୍ୟାଣୀ ଗଡୁଆ, କବିତା ପଧାନ, ବିକାଶ କ୍ଷେତି, ଆକାଶ ଖମାରୀ, ବ୍ରହ୍ମା ଷଡଙ୍ଗୀ, ପିଙ୍କୁ ପଧାନ, ଗୌରାଙ୍ଗ ବାଗ ତଥା କର୍ଲାପିଟା, ଡୁଲୁସର, ବରପିଟା, କେର୍‌ମେଲି, ଆଡେନଡୁଙ୍ଗୁରି, ଶିବତଲା, ଫଟକରା ଗ୍ରାମରୁ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ମନ୍ଥନ ସଭାକୁ ସଫଳ କରିଥିଲେ ।

Leave A Reply

Your email address will not be published.

fifteen − 11 =