pakka

ଟାକିରିଆ-ବ୍ରହ୍ମପୁରରେ ମା’ କନକ ଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଠାରୁ ମାତ୍ର ଅଢ଼େଇ କି.ମି. ଦୂରରେ ୫୧୬ ନମ୍ବର ଜାତୀୟ ରାଜପଥ ବାଟରେ ଟାକିରିଆ-ବ୍ରହ୍ମପୁର ନାମରେ ଏକ ବଡ଼ ଗ୍ରାମ ରହିଛି । ଏହା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତର ଅନ୍ତର୍ଭୁକ୍ତ ଅଛି । ଗୋପାଳପୁର ବନ୍ଦରକୁ ଯାଇଥିବା ରେଳବାଇ ଟ୍ରାକ୍‌ ନିକଟରେ ଥିବା ଏହି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କନକ ଦୁର୍ଗାଙ୍କ ମନ୍ଦିରର ପରିବର୍ତ୍ତନଶୀଳ କରାଯାଇଛି । ନୂତନ ମନ୍ଦିରର ଚାରିପାଖରେ ସୁନ୍ଦର ଘାସ ଗାଲିଚା, ଫୁଲ ଫଳ ବଗିଚାର ସୁଦୂରପ୍ରସାରୀ ବିସ୍ତୀର୍ଣ୍ଣ ଜାଗାରେ ଶୋଭା ବିମଣ୍ଡିତ ସୁନ୍ଦର ଅଟ୍ଟାଳିକା ଓ ଚିତାକର୍ଷକ ଭରା ନିର୍ମିତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ୨୮ ତାରିଖରୁ ଆରମ୍ଭ ହୋଇଯାଇଛି । ଯଜ୍ଞାନୁଷ୍ଠାନରେ ଯଜ୍ଞଶାଳାରେ ପ୍ରତିଷ୍ଠା ଉତ୍ସବ ବିଧିବଦ୍ଧ ଭାବେ ଷୋଡ଼ଶ ଉପଚାର ସହ ବୈଦିକ ରୀତିନୀତିରେ ମନ୍ତ୍ର ଧ୍ୱନିରେ ସ୍ଥାନଟି ପ୍ରକମ୍ପିତ ହୋଇଉଠିଛି । ସୁନ୍ଦର ସୁବିଶାଳ ତୋରଣ ସହ ଯଜ୍ଞାନୁଷ୍ଠାନରେ ଚିତାକର୍ଷକ ସାମିୟାନ, ଚାନ୍ଦୁଆ, ଫୁଲ ଓ ଆଲୋକ ମାଳାରେ ସୁସଜ୍ଜିତ ହୋଇ ସ୍ଥାନଟି ଭକ୍ତିରସରେ ରସାଣିତ କରିଛି । ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞରେ ଅଗଣିତ ଭକ୍ତଙ୍କ ସମାଗମ ହୋଇ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ଚଳିତ ୧ ତାରିଖରେ ଦେବାଦେବୀଙ୍କ ସିଂହାସନ ଆରୋହଣ ହେବ ଏବଂ ସେହିଦିନ ସନ୍ଧ୍ୟାରେ ଏହି ଯଜ୍ଞ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜନ କମିଟି ତଥା ଉଦ୍ୟକ୍ତାଗଣ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

four × 2 =