pr

ଦହ୍ୟାରେ ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

dr. purohit

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ବ୍ଲକ ଦହ୍ୟା ଜୀବନ ବିକାଶ ସ୍ନାତକ ମହାବିଦ୍ୟାଳୟରେ ଆଜି ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନଗୁଡିକୁ ତମାଖୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତମାଖୁ ନିୟନ୍ତ୍ରଣ ଶାଖା ତରଫରୁ ଆୟୋଜିତ ଆଜିରର ଏହି ମହତ କାର୍ୟ୍ୟକ୍ରମରେ ଜୀବନ ବିକାଶ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ନରେନ୍ଦ୍ର ଲୁହା ସଭାପତିତ୍ୱ କରିଥିଲେ । ଆଜିକାଲି ଯୁବ ପିଢ଼ି ବିଶେଷ କରି ଛାତ୍ରଛାତ୍ରୀ ମାନେ ବଜାରରେ ମିଳୁଥିବା ସ୍ୱାସ୍ଥ୍ୟ ହାନୀକାରକ ବିଭିନ୍ନ ପ୍ରକାର ପୁଡ଼ିଆ, ତମାଖୁ, ଚୋବାଉଥିବା ଦେଖିବାକୁ ମିଳୁଛି ।

ଏପରିକି କେତେକ ଅନେକ ପ୍ରକାର ନିଶା ଦ୍ରବ୍ୟ ମଧ୍ୟ ଖାଉଥିବା ଜଣାଯାଉଛି । ଏହାଦ୍ୱାରା ଦାନ୍ତ, ପାଟି ଖରାପ ହେବା ସହ ଅନେକ ଟି ବି, କର୍କଟ, ଭଳି ମାରାତ୍ମକ ରୋଗରେ ଶିକାର ହେଥିବା ଜଣାଯାଇଛି । ଏପରି ପଦାର୍ଥର ସେବନ ଦ୍ୱାରା କଣ ସବୁ ଅପକାର ହେଉଛି ସେ ସମ୍ପର୍କରେ ମହାମାରୀ ବିଶେସଂଜ୍ଞ ଜ୍ଞାନରଞ୍ଜନ ମହାନ୍ତି, ଅଣସଂକ୍ରାମକ ପରାମର୍ଶଦାତା ଆଲୋକ କୁମାର ମିଶ୍ର, ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ସଚେତନ କରିଥିଲେ । ଏହା ଉପରେ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ର ବିଶ୍ୱଜିତ ସାହୁ, ଚୈତନ୍ୟ ନାୟକ ଏବଂ ଛାତ୍ରୀ ପ୍ରେମଞ୍ଜଳି ଘିବିଲା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବିବେଚିତ ହୋଇ ପ୍ରମାଣପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଗୋପବନ୍ଧୁ ରାଜହନ୍ସ, ସୂର୍ଯ୍ୟକାନ୍ତ ନାୟକ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.