csstore

ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ ପାଇଁ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ୍ ମିଶନ ଶକ୍ତି ଭବନ, ଗଇଁତଲାଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ପୁଇଁତଲା ବ୍ଲକ୍ ଅଧକ୍ଷ ସରୋଜ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ମିଶନ ଶକ୍ତିର ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ସୂପତା ମଲ୍ଲିକ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସୁଷମା ତ୍ରିପାଠୀ ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କିତ ସୁରକ୍ଷା ଓ ଯତ୍ନ ଉପରେ ବିଭିନ୍ନ ଯୋଜନା ବିଷୟରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ କିଶୋର ନ୍ୟାୟ ଆଇନ, ପୁତ୍ର ସନ୍ତାନ ପ୍ରାଧ।ନ୍ୟ ଓ ଲିଙ୍ଗ ନିରୂପଣ ନିମିତ୍ତ ଥିବା ବିଧି, ପୋସ୍କୋ ଆଇନ୍ ଉପରେ ଜଣାଇଥିଲେ । ସୁରକ୍ଷା ଅଧିକାରୀ ଚୁଡ଼ାମଣି ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ଓ ବେଟି ବଚାଓ ବେଟି ପଢାଓ, ଝିଅ ବଞ୍ଚାନ୍ତୁ ଝିଅ ପଢନ୍ତୁ, କନ୍ୟା ସନ୍ତାନର ମୂଲ୍ୟବୋଧ ବୃଦ୍ଧି ଏବଂ ଶିକ୍ଷା ସଶକ୍ତିକରଣ କରାଇବା, ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ଅନୁଯାୟୀ ଗ୍ରାମ ପଞ୍ଚାୟତର ଗ୍ରାମସଭାରେ ଓ ବାର୍ଷିକ ଖସଡ଼ା ଯୋଜନାରେ ଜିପିଡିପିରେ ଶିଶୁ ସୁରକ୍ଷା ଓ ଯତ୍ନ ପାଇଁ ୫% ବଜେଟ ସ୍ଥାନିତ କରିବାକୁ ଜଣାଇଥିଲେ । ପରିଶେଷରେ ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରାଯାଇଥିଲା ।

jayashree
Leave A Reply

Your email address will not be published.