om academy

ଶିଶୁ ସୁରକ୍ଷା ଓ ଯତ୍ନ ପାଇଁ ମହାସଂଘର ସଭାପତି ଓ ସମ୍ପାଦକମାନଙ୍କୁ ତାଲିମ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ ସମ୍ମୁଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ କପିଳଦେବ ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍‌ଘାଟନ କରି ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ କିଶୋର ନ୍ୟାୟ ଆଇନ, ପୁତ୍ର ସନ୍ତାନ ପ୍ରାଧାନ୍ୟ ଓ ଲିଙ୍ଗ ନିରୂପଣ ନିମିତ୍ତ ଥିବା ବିଧି, ପୋସ୍କୋ ଆଇନ ଉପରେ ଜଣାଇଥିଲେ । ସୁରକ୍ଷା ଅଧିକାରୀ ଚୁଡ଼ାମଣି ପଣ୍ଡା ବେଟି ବଚାଓ ବେଟି ପଢାଓ, ଝିଅ ବଞ୍ଚ।ନ୍ତୁ ଝିଅ ପଢନ୍ତୁ, କନ୍ୟା ସନ୍ତାନର ମୂଲ୍ୟବୋଧ ବୃଦ୍ଧି ଏବଂ ଶିକ୍ଷା ସଶକ୍ତିକରଣ କରାଇବା, ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ବୁଝାଇ ତାଲିମ ପ୍ରଦାନ କରିଥଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ତିର୍ଥଦେବ କୁମାର ବାଗ, ସମନ୍ୱିତ ଶିଶୁ ବିକାଶର ସୁପରଭାଇଜର କଳ୍ପଲତା ତ୍ରିପାଠୀ, ସୁରୋଜିନି ମହାନନ୍ଦ, ମୌସୁମୀ ମାଇତୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦିକାମାନେ ଉପସ୍ଥିତ ଥିଲେ । ପରିଶେଷରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ କହିଲେ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ଅନୁଯାୟୀ ଗ୍ରାମପଞ୍ଚାୟତର ଗ୍ରାମ ସଭାରେ ଓ ବାର୍ଷିକ ଖସଡ଼ା ଯୋଜନାରେ ଜିପିଡିପିରେ ଶିଶୁ ସୁରକ୍ଷା ଓ ଯତ୍ନ ପାଇ ୫% ବଜେଟ ସ୍ଥାନିତ କରିବାକୁ ଜଣାଇଥିଲେ ଏବଂ ପରିଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରିଥଲେ ।

Leave A Reply

Your email address will not be published.