csstore

ତ୍ରିଦିବସୀୟ ପ୍ରଗତି ତାଲିମ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ସୁରଜମଲ ହାଇସ୍କୁଲ ଠାରେ ତ୍ରିଦିବସୀୟ ପ୍ରଗତି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ବଲାଙ୍ଗିର ଅଧ୍ୟକ୍ଷ ଡ. ଜୟପ୍ରକାଶ ଦାଶ ଓ ବରିଷ୍ଠ ପ୍ରଶିକ୍ଷିକା ଆରତୀ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ପୁଇଁତଲା ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନା ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଗୋପାଳ ବୁଡେକ, ନୀଳମଣି ପଣ୍ଡା, ଲକ୍ଷ୍ମଣ ପ୍ରଧାନ, ସୂରଜମଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ସୁନା ସମ୍ମାନିତ ଅତିଥି ରୂପେ ଯୋଗଦେଇ ତାଲିମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜୟକୃଷ୍ଣ ଭୋଇ, ନିଭାମୟୀ ପଟ୍ଟନାୟକ, ଦେବରାଜ ପାଣିଗ୍ରାହୀ, ଅନୁପ କୁମାର ପ୍ରଧାନ ସାଧନ କର୍ମୀ ରୂପେ ଯୋଗଦାନ କରିଥିଲେ । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ମୋଟ ୫୦ ଜଣ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.