csstore

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଠ ଦିନ ଧରି ଚାଲିଥିବା ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଶିବିରରେ ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରୀମାନଙ୍କୁ ନିଜେ ନିଜର କିପରି ଆତ୍ମ ସୁରକ୍ଷା କରିପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ବରିଷ୍ଠ ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ପୁହାଣ, କୋର୍ଡିନେଟର ତଥା ଅଧ୍ୟାପିକା ପୁଜାରାଣୀ ରଥ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ମାଷ୍ଟର ଟ୍ରେନର ଗୌରୀ ରାଉତ ଓ ପିଇଆଇ ନଳିନୀ ସୁନା ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମ ପ୍ରଦାନ କରିଥିଲେ । ଏଥିରେ ମୋଟ ୧୮୪ଜଣ ଛାତ୍ରୀ ଏହି ଆତ୍ମସୁରକ୍ଷା ତାଲିମ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଭିମନ୍ୟୁ ଛୁରା, ଜୟଦେବ ଷାଣ୍ଢ, ସତ୍ୟ ବାଗ, ରିନା ବାଗ, ଅଜିତ ବାଗ ଓ ଭରତ ସାହୁ ସହଯୋଗ କରିଥିଲେ । ଅଧ୍ୟାପକ ବିକ୍ରମ ତାଣ୍ଡି ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.