csstore

କୁର୍ଲୁବାହାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ହାଇସ୍କୁଲ ଶାରୀରିକ ଶିକ୍ଷକ ବିନୋଦ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ମୁଖ୍ୟ ଅତିଥି ରୂପେ ଚଣାବାହାଲ ସରପଞ୍ଚ କୁନ୍ତୀ ମେହେର, ସମତି ସଭ୍ୟା ପୁଷ୍ପାଞ୍ଜଳି ଧରୁଆ, ହାଇସ୍କୁଲ ପରିଚାଳନା କମିଟି ସଭାପତି ବେଦମତୀ ମେହେର, ସ୍କୁଲର ନିର୍ମାତା ହୃଷିକେଶ ମେହେର, ପ୍ରଧାନ ଶିକ୍ଷକ ରଘୁନାଥ ଗିରି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ ଶିକ୍ଷକ ଅନାର୍ଯ୍ୟ ସୁନା, ଚକ୍ରଧର ସାହୁ, କ୍ଷମାନିଧି ପୁଟେଲ, ନରେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.