ଆଗଲପୁର ବ୍ଲକ ଗାଁ ସାଥୀ ସଂଘର ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗାଁ ସାଥୀ ସଂଘର ତାଲିମ ଶିବିର ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପରିବେଶକୁ ସ୍ଵଚ୍ଛ ରଖିବା ସହିତ ଅଳିଆ ଆବର୍ଜନା ବାହାରେ ନ ପକାଇବା ପ୍ରତି ଗ୍ରାମର ପ୍ରତି ପରିବାରକୁ ୬ ହଜାର ୫ ଶହ ଟଙ୍କା ବ୍ୟୟ ଅଟକଳରେ ସରକାରୀ ସ୍ତରରେ ଗୋଟିଏ ଲେଖାଏଁ ସୋକପିଟ ଯୋଗାଇ ଦିଆଯାଇ ତାହାର ସୁପରିଚାଳନା ସକାଶେ ଗାଁ ସାଥୀମାନଙ୍କୁ ତାଲିମ ଦିଆଯାଇଥିଲା । ଏଥିରେ ଏପିଓ ଜଗତଜିତା ସେଠୀ ତାଲିମ ପ୍ରଦାନ କରିଥିବା ବେଳେ ସମସ୍ତ ଗାଁ ସାଥୀ ଓ ସ୍ୱଚ୍ଛ ଭାରତ ଅଭିଯାନର କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − 11 =

error: Content is protected !!