pakka

ମଦନପୁର ଆଦର୍ଶ ମହିଳା ମହାସଂଘରେ ୫ ଦିନିଆଁ ତାଲିମ ଶିବିର ଉଦ୍‌ଯାପିତ

ମଦନପୁର, (ପି.କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ମଦନପୁରର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ମିଶନଶକ୍ତି ବିଭାଗର ଓଡିଶା ଜୀବିକା ମିଶନ ତରଫରୁ ଆଦର୍ଶ ମହିଳା ମହାସଂଘ ସି.ଓ.ଇ.ର ମଇ ୧୮ ତାରିଖରୁ ଚାଲିଥିବା ୫ ଦିନିଆଁ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମ ମ.ରାମପୁର ଜୀବିକା ମିଶନର ବି.ପି.ଏମ ଦୀପ୍ତି କିଶୋର ନାୟକଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ରାଜ୍ୟ ସ୍ତରୀୟ ତାଲିମଦାତ୍ରୀ ବିଜୟଲଷ୍ମୀ ମହାପାତ୍ର, କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରା ତାଲିମ ପ୍ରଦାନ କରିଥିଲେ । ଏଥିରେ ମହାସଂଘର ସଭାନେତ୍ରୀ, ସମ୍ପାଦିକାଙ୍କ ସହ ଆଞ୍ଚଳିକ ମଞ୍ଚର କାର୍ଯ୍ୟକାରୀ ସଦସ୍ୟା, ଗୋଷ୍ଠୀ ସହାୟିକା ତାଲିମ ନେଇଥିବା ବେଳେ ଏମ.ବି.କେ. ମୋହନ ପ୍ରିୟା ଭୋଇ ସାହାଯ୍ୟ ସହଯୋଗ କରିଥିଲେ । ଯେଉଁ ତାଲିମାର୍ଥୀ ତାଲିମ ପାଇଲେ ସେମାନେ ଯାଇ ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ତାଲିମ ଦେବେ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

fourteen − 13 =