ଲାଞ୍ଚ ନେବା ବେଳେ ଧରାପଡ଼ିଲେ କୁଚିଣ୍ଡା ଅତିରିକ୍ତ ତହସିଲଦାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅତିରିକ୍ତ ତହସିଲଦାର ଶାରଦା ମହାରଣା ଲାଞ୍ଚ ନେବା ବେଳେ ଧରାପଡ଼ିଥିବା ଜଣାପଡିଛି । ଜବତ ଗାଡ଼ି ଛାଡ଼ିବା ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରିଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେପଟେ, ଶାରଦାଙ୍କ କୁଚିଣ୍ଡାସ୍ଥିତ ବାସଭବନରୁ ଯାଞ୍ଚ ସମୟରେ ନଗଦ ୩ ଲକ୍ଷ ୩ ହଜାର ୬୧୦ ଟଙ୍କା ଜବତ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ବାଲିଘାଟ ଓ ପଥର କ୍ୱାରିର ରୟାଲ୍‌ଟି ପ୍ରଦାନ କରାଯାଉନଥିବା ନେଇ ନିକଟରେ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ଏହାକୁ ନେଇ ତହସିଲଦାର, ଅତିରିକ୍ତ ତହସିଲଦାର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି । କୁଚିଣ୍ଡାରେ ଏକ ବାଲିଘାଟରେ ଚଢ଼ାଉ ବେଳେ ଗାଡ଼ି ଜବତ ହୋଇଥିଲା । ଉକ୍ତ ଗାଡ଼ି ଛାଡ଼ିବାକୁ ଅତିରିକ୍ତ ତହସିଲଦାର ଟଙ୍କା ଦାବୀ କରିବା ପରେ ଅଭିଯୋଗକାରୀ ଭିଜିଲାନ୍ସକୁ ସୂଚନା ଦେଇଥିଲେ ।

Leave A Reply

Your email address will not be published.

14 − 5 =

error: Content is protected !!