pakka

ଆଜି ବିଶ୍ୱ ମାତୃ ଦିବସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ମାତୃ ଦିବସ । ମା’ର ନିଃସ୍ୱାର୍ଥ ପ୍ରେମ ଓ ତ୍ୟାଗ ପ୍ରତି କୃତଜ୍ଞତା ଜଣାଇବା ଲାଗି ପ୍ରତି ବର୍ଷ ମେ’ ମାସର ୨ୟ ରବିବାରକୁ ‘ମାତୃ ଦିବସ’ ଭାବେ ପାଳନ କରାଯାଏ । ମା’ ଓ ସନ୍ତାନର ବନ୍ଧନ ମାତୃଗର୍ଭରୁ ହିଁ ହୋଇଥାଏ । ଗର୍ଭରୁ ମା’ ନିଜ ସନ୍ତାନ ପାଇଁ ଚିନ୍ତା କରିବା ଆରମ୍ଭ କରିଦିଏ । ସନ୍ତାନ ମଧ୍ୟ ମା’ର ଭାବନା ବୁଝିପାରେ । ସାରା ଜୀବନ ମା’ ନିଜ ସନ୍ତାନର ଅତି ନିକଟରେ ଥାଏ । ସନ୍ତାନର ଖୁସି ପାଇଁ ସେ ନିଜର ସବୁ କିଛି ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହୋଇଯାଏ । ମା’ କେବଳ ସନ୍ତାନର ଲାଳନ ପାଳନ କରେ ନାହିଁ, ବରଂ ତା’ ଭିତରେ ସଂସ୍କାରର ମଞ୍ଜି ବୁଣିବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ସୂଚନାଯୋଗ୍ୟ ଯେ, ଏନା ଜାର୍ଭିସ ନାମ୍ନୀ ଜଣେ ଆମେରିକୀୟ ମହିଳା ପ୍ରଥମେ ମାତୃ ଦିବସ ପାଳନ ଆରମ୍ଭ କରିଥିଲେ ।

jay balangir
Leave A Reply

Your email address will not be published.

fourteen − 5 =