pakka

ଜଣାଶୁଣା କଣ୍ଠଶିଳ୍ପୀଙ୍କ ପିତୃବିୟୋଗ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ବନାମଧନ୍ୟ କଣ୍ଠଶିଳ୍ପୀ ରାଉରକେଲା ନିବାସୀ ସ୍ନିଗ୍ଧାଞ୍ଜଳିଙ୍କ ପିତା ତଥା ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ସୁରେଶ ଚନ୍ଦ୍ର ରାୟ ଆଉ ନାହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ରାଜବଂଶର ସ୍ୱର୍ଗତ ମଦନ ମୋହନ ରାୟ ଓ ପଦ୍ମିନୀ ରାୟଙ୍କ ସୁପୁତ୍ର ତଥା ଆୟତନ ନିବାସୀ ସୁରେଶ ଅବସର ପରେ ସୁରତରେ ଅବସ୍ଥାନ କରୁଥିଲେ । ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଅନ୍ତିମ ଶଯ୍ୟା ନିକଟରେ ଉପସ୍ଥିତ ପରିବାର ସଦସ୍ୟ ଓ ଶୋକସନ୍ତପ୍ତ ପରିଜନଙ୍କ ମଧ୍ୟରେ ପତ୍ନୀ ବନଲତା, ଜ୍ୟେଷ୍ଠପୁତ୍ର ଓ ପୁତ୍ରବଧୂ ଶୈଳେନ୍ଦ୍ର ଓ ଧାରିଣୀ, କନିଷ୍ଠ ପୁତ୍ର ଓ ପୁତ୍ରବଧୂ ସୌମେନ୍ଦ୍ର ଓ ପ୍ରିୟଙ୍କା, ଜ୍ୱାଇଁ ତୁଷାରକାନ୍ତ, ନାତିନାତୁଣୀଙ୍କ ମଧ୍ୟରେ ରାଜବୀର, ବିନୀତ, ସୋମେଲିଆ ଏବଂ ଅନ୍ୟ ସମ୍ପର୍କୀୟ ମାନେ ରହିଥିବା ପ୍ରକାଶ । ସ୍ବର୍ଗତ ସୁରେଶ ଜଣେ ମେଳାପୀ, ପରୋପକାରୀ ଓ ହୃଦୟବାନ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ବହୁ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିଲେ । ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯିବା ବେଳେ ଶହଶହ ବ୍ୟକ୍ତି ଶବାଧାରରେ ସାମିଲ ହୋଇଥିଲେ ।

jay balangir
Leave A Reply

Your email address will not be published.

18 − 7 =