csstore

ଜୀବନବିନ୍ଦୁ ସଂଯୋଜକଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାପ୍ସସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ, ରାଉରକେଲା ଜୀବନ ବିନ୍ଦୁ ସଂଯୋଜକ ତଥା ପାଲଲହଡା, ଛେଣ୍ଡିପଦାର ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସଙ୍କ ୫୩ତମ ଜନ୍ମ ଦିନ ସ୍ଥାନୀୟ ସେକ୍ଟର-୨ କମ୍ୟୁନିଟି ସେଣ୍ଟର୍ ଠାରେ କେକ୍ କାଟି ଓ ୫୩ ୟୁନିଟ ରକ୍ତଦାନ ଶିବିର ଆୟୋଜନ କରାଯାଇ ନିଆରା ଢଙ୍ଗରେ ପାଳନ କରାଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ସୁନ୍ଦର ରାୟ, ଚାମ୍ବର ଅଫ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକ ଓ ସମ୍ପାଦକ ସୁନୀଲ କାୟଲ, ସମ୍ମାନିତ ଅତିଥି ଭାବେ ସମାଜ ରାଉରକେଲା ବ୍ୟୁରୋ ମନୋରଞ୍ଜନ ଦାଶ, ମିନତୀ ଦେବତା ଅନ୍ୟତମ ଅତିଥି ଭାବେ ବିଭୁତି ଭୁଷଣ ପୂହାଣ, ଶିଶିର ସାହୁ, ବୁଲୁ ପୂହାଣ, ଗୌତମ ବାଡା, ପ୍ରକାଶ ପାଶ୍ୱାନ, ସୁବାସ ବର୍ମା, ବାବୁ ଖାଁ, ପ୍ରଭୁ ପାତ୍ର, ବିରେନ୍ ପତି ପ୍ରମୁଖ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରକୁ ସର୍ବଶ୍ରୀ ଶଙ୍କର ଜେନା, ବିରେନ୍ଦ୍ର ସ୍ଵାଇଁ, ଅଦିତ୍ୟ ବାରିକ, ଅରୁ ମହାପାତ୍ର, ଅଜିତ ଖଣ୍ଡୁଆଳ, ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ରକ୍ତ ଦାତା ସର୍ବଶ୍ରୀ ସୁବ୍ରତ ଚୌଧୁରୀ, ସୁରେଶ ଭଦ୍ର, ଡଃ ଅମିତ୍ ବିକ୍ରମ ଦେବତା, ଦେବକାନ୍ତ ସାହାଣୀ, ଜତୀନ୍ ପାତ୍ର, ସ୍ବାତୀ ସୁମନ ଜେନା ପ୍ରମୁଖ ରକ୍ତଦାନ କରିଥିଲେ ।

jayashree
Leave A Reply

Your email address will not be published.