om academy

୫ ବର୍ଷର ଝିଅକୁ ବାଡିରେ ପିଟିପିଟି ଲହୁଲୁହାଣ କରିଦେଲା ନୃଶଂସ ବାପା

ସୋର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାଟିଆପଡ଼ା ଗ୍ରାମରେ ନାବାଳିକାଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ନାବାଳିକାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ସିମୁଳିଆ ଥାନା ମାଟିଆପଡ଼ା ଗ୍ରାମର କମଳାକାନ୍ତ ବାରିକଙ୍କ ବଡ଼ ଝିଅ ତାଙ୍କର ସାନ ଝିଅ ନାକରେ ଏକ କାଠି ଭର୍ତ୍ତି କରିଦେବାରୁ କମଳାକାନ୍ତ ଉତ୍‌କ୍ଷିପ୍ତ ହୋଇ ବଡ଼ ଝିଅକୁ ନିସ୍ତୁକ ମାଡ଼ ମାରିଥିଲେ । ଯାହାଫଳରେ କମଳାକାନ୍ତଙ୍କ ବଡ଼ ଝିଅର ନାକରୁ ରକ୍ତ ବାହାରିବା ସହ ଓଠ ଫୁଲିଯାଇଥିଲା । ଏପରିକି ନାବାଳିକା ଜଣଙ୍କ ରକ୍ତ ବାନ୍ତି କରିଥିଲେ । ଏହି ସମୟରେ ଗ୍ରାମବାସୀମାନେ ନାବାଳିକାଙ୍କୁ ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଗ୍ରାମବାସୀମାନେ ଏନେଇ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏନେଇ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡ଼ିଛି ।

Leave A Reply

Your email address will not be published.

3 × 1 =