ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ : ୨୨ ଯାତ୍ରୀ ଆହତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡଚଣା ଗଣ୍ଠି ଛକ ଥାନା ନିକଟରେ ଶନିବାର ରାତି ୧୧ଟା ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨୨ ଜଣ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ ଦମକଳବାହିନୀ ଉଦ୍ଧାର କାର୍ୟ୍ୟ କରିଥିବା ସୂଚନା ମିଳିଛି ।ସୂଚନାନୁଯାୟୀ, ଭୁବନେଶ୍ୱରରୁ ରାଇରଙ୍ଗପୁର ଯାଉଥିବା ଜୟଦୁର୍ଗା ନାମକ ଏକ ବସ୍ ବଡଚଣା ଗଣ୍ଠି ଛକ ଥାନା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ର ଆଗପଟ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୪୫ ଜଣ ଯାତ୍ରୀଙ୍କ ମଧ୍ୟରୁ ମୋଟ ୨୨ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଯାତ୍ରୀଙ୍କୁ ବଡଚଣା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ସ୍ଥାନାନ୍ତର କରାଯାଇଛି । ବସ୍ କଣ୍ଡକ୍ଟର ମଧ୍ୟ ଗୁରୁତର ହୋଇଛନ୍ତି । ତେବେ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ ଦମକଳବାହିନୀ ଉଦ୍ଧାରକାର୍ଯ୍ୟରେ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

six − 2 =

error: Content is protected !!