କୂଅ ଭିତରେ ପଡ଼ିଥିବା ବୃଦ୍ଧଙ୍କୁ ଦୀର୍ଘ ୧୬ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା କେଁଝରା ଗାଁରେ ଜଣେ ବୃଦ୍ଧଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲକୁ ପଠାଇଛି ଅଗ୍ନିଶମ ବାହିନୀ । ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ସାହାରପଡାର ରାମଚନ୍ଦ୍ର ଦାସ ନିଜ ସମ୍ପର୍କୀୟଙ୍କ ଘରକୁ ଯିବା ସମୟରେ କେଁଝରା ଗାଁ କାଜୁ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରକୁ ଖସି ପଡ଼ିଥିଲେ । ଆଜି ସେହି ରାସ୍ତା ଦେଇ ଗାଁର କିଛି ମହିଳା ଯାଉଥିବା ସମୟରେ କୂଅ ଭିତରୁ ଶବ୍ଦ ଶୁଣି ବୃଦ୍ଧ ଜଣଙ୍କ କୂଅ ଭିତରେ ପଡି ଚିତ୍କାର କରୁଥିବା ଦେଖିବାକୁ ପାଇଥିଲେ । ମହିଳାମାନେ ଏନେଇ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୧୬ ଘଣ୍ଟା ପରେ ଗୁରୁତର ଵୃଦ୍ଧଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଯଶୀପୁର ମେଡ଼ିକାଲକୁ ପଠାଇଛି । କୂଅ ଭିତରେ ପଡିଯିବା ଯୋଗୁଁ ବୃଦ୍ଧଙ୍କ ଛାତି ଓ ଗୋଡ଼ରେ ଆଘାତ ଲାଗିଥିବା କୁହାଯାଉଛି ।

Leave A Reply

Your email address will not be published.

18 + 11 =

error: Content is protected !!