ପାଇକମାଲ ତହସିଲ ଅଫିସ ଛାତରୁ ଗଳୁଛି ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଞ୍ଚାୟ ସମିତି ଅନ୍ତର୍ଗତ ୨୨ଟି ଗ୍ରାମ ପଞ୍ଚାୟତର ସମସ୍ତ କାର୍ଯ୍ୟାଳୟ ପାଇକମାଲ ସହରରେ ଅବସ୍ଥିତ । ପାଇକମାଲ ଅଞ୍ଚଳର ଲୋକେମାନଙ୍କ ସୁବିଧା ପାଇଁ ସମସ୍ତ ବିଭାଗର କାର୍ଯ୍ୟାଳୟ ମାନ ରହିଛି । ବିଗତ ୫ଟି ସରକାର ଯେଉଁ କୋଠାବାଡି ସରକାରୀ କାର୍ଯ୍ୟାଳୟ ତିଆରୀ କରିଥିଲେ ସେସବୁ ଆଜି ବିପଦ ସଂକୁଳ ଅବସ୍ଥାରେ ରହିଛି । ଏହାର ସଦ୍ୟତମ ଉଦାହରଣ ପାଲଟିଛି ପାଇକମାଲ ତହସିଲ ଅଫିସ । ପାଇକମାଲ ତହସିଲ ଅଫିସକୁ ଦେଖିଲେ ଜଣାପଡେ ସେ ପାଇକମାଲ ତହସିଲ ନିରୁପାୟ । ଛାତ ଉପରୁ ପାଣି ଗଳୁ ଥିବାରୁ ତହସିଲ କାର୍ଯ୍ୟାଳୟ ଛାତରେ ତାର ପୋଳିନ ଢଙ୍କା ଯାଇଛି ଯାହାକି ଅତ୍ୟନ୍ତ ଲଜ୍ଜାଜନକ । ସରକରୀ ଉଦାସୀନତା ପାଇଁ ଏପରି ଲକ୍ଷ ଲକ୍ଷ ଟଙ୍କାର କୋଠାଘର ନିର୍ମାଣ କରାଯାଇ ଠିକାଦାର ଓ ଇଞ୍ଜିନିୟର ମାନେ ମିଶି ଟଙ୍କା ଆତ୍ମସାତ କରାଯାଇଥିବା ଅଞ୍ଚଳରେ ଲୋକେ ଜଳ ଜଳ ହୋଇ ଦେଖୁଛନ୍ତି । ପାଇକମାଲ ତହସିଲ ଅଞ୍ଚଳରେ ଲୋକମାନଙ୍କ ଜରୁରୀ ଦସ୍ତାବେଜ ରହୁଥିବା ସତ୍ତ୍ୱେ ଏହାର ତଦାରଖ ଠିକ୍‌ରେ କରାଯାଉ ନାହିଁ । ଅନ୍ୟପଟ ତହସିଲ ଅଫିସକୁ ଗଲେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଯାଏ । ଏଠାରେ ପରିସ୍ରାଗାର, ଶୌଚାଳୟର ସୁବିଧା ନଥିବାବେଳେ ଲୋକମାନଙ୍କ ପାଇଁ ବିଶ୍ରାମଗାର ଟିଏ ମଧ୍ୟ ଉପଲବ୍ଧ ନାହିଁ । ବିଗତ ସରକାର ୫ଟିର ନାରାଦେଇ ଯେଉଁ ବହପ ନେଉଥିଲେ ଲୋକମାନେ ତାହା ଅନୁଭବ କରୁଛନ୍ତି । ଏସବୁ ଦୃଷ୍ଟିରୁ ଦେଖାଯାଏ ତହସିଲ ଅଫିସ କର୍ମଚାରୀ କିପରି ଅସୁବିଧାର ସମ୍ମୁଖୀନ ଦେଉଛନ୍ତି । ବରଗଡ ଜିଲ୍ଲାପାଳ ତଥା ନୂତନ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରାଯାଉ ବୋଲି ଜନ ସାଧାରଣରେ ମତ ପ୍ରକାଶ ପାଉଛି

Leave A Reply

Your email address will not be published.