csstore

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଶାସ୍ତ୍ରୀ ନଗର ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ଶାସ୍ତ୍ରୀ ନଗର ପାଠାଗାର ମଧ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ ଓ ଶିବିରର ଆୟୋଜନ କରାଯଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯୋଗ ଓ ପ୍ରାଣାୟାମ ପାଇଁ ପରାମର୍ଶ, ମାଗଣା ଔଷଧ ବଣ୍ଟନ, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଇତ୍ୟାଦି ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରେ ସ୍ଵାସ୍ଥ୍ୟ ଅନୁଷ୍ଠାନର ମେଡିକାଲ ଅଫିସର ଡ଼ା. ସତ୍ୟନାରାୟଣ ସାହୁ, ପିଜିଓଥେରାପିସ୍ଟି ଇପ୍ସିତା ମହାନ୍ତି, ଫାର୍ମାସିଷ୍ଟ ରୋନି ବଗର୍ତି, ଲ୍ୟାବ ଟେକନିସିଆନ ନିକୁଞ୍ଜ ବିହାରୀ, ଷ୍ଟାଫ ନର୍ସ ଦିଦି ମାମି ସିଂଦେଓ, ମୋନିକା ନନ୍ଦ, ସଂଯୋଜକ ଖୁସିରାମ ସୁନା ପ୍ରମୁଖ ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ । ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ମ୍ୟାନେଜର, ଏ.ପି ଏମ୍‌ ରାମାନୁଜ ପଣ୍ଡା ବରିଷ୍ଠ ନାଗରିକଙ୍କୁ ସମାଜର ପ୍ରତିଟି ସ୍ତରରେ ଓ କ୍ଷେତ୍ରରେ ସମ୍ମାନ ଦେବାକୁ ପରାମର୍ଶ ଦେଇଥିଲେ । ସେ କହିଲେ ଯେ ବରିଷ୍ଠ ନାଗରିକ ଆମ ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଓ ପଥପ୍ରଦର୍ଶକ, ସେମାନଙ୍କ ସୁରକ୍ଷା ତଥା ସୁସ୍ଥ ଓ ନିରାମୟ ଜୀବନ ଆମ ସମାଜ ନିମନ୍ତେ ଅତୀବ ଗୁରୁତ୍ୱପୂର୍ଣ୍ଣ । ଏହି ଶିବିରର ସଠିକ ପରିଚାଳନା ପାଇଁ ନେସନାଲ ପିସ ୟୁନିସନର ନିର୍ଦ୍ଦେଶକ ଓ ଚେୟାରମ୍ୟାନ ସତ୍ୟରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୁଜାରୀ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.