csstore

ଜମଲାଗ୍ରାମରେ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ତରଫରୁ ରାମ ବାଜପେୟୀଙ୍କ ନେତୃତ୍ୱରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜମଲା ସରପଞ୍ଚ ଐଶ୍ୱର୍ୟା ପାଣିଗ୍ରାହୀ ଓ ସମିତି ସଭ୍ୟା ପ୍ରତିନିଧି ପିଣ୍ଟୁ ବେହେରା ଉଦ୍‌ଘାଟନ କରିଥିଲେ । ଏଥିରେ ଆୟୁର୍ବେଦ ମହାବିଦ୍ୟାଳୟର କାୟ ଚିକିତ୍ସା ବିଭାଗର ସହକାରୀ ପ୍ରଫେସର ଡ.ପ୍ରିତମ ସାହୁ, ପଞ୍ଚକର୍ମ ଚିକିତ୍ସା ବିଭାଗର ସହଯୋଗୀ ପ୍ରଫେସର ଡ.ମନୋଜ ବେହେରା, କୌମାର ଭୃତ୍ୟ ବିଭାଗ ପ୍ରଫେସର ଡ.କାମିନୀ କର, ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗ ପ୍ରଫେସର ନଳିନୀ ଦାସ, ଶଲ୍ୟ ଚିକିତ୍ସା ବିଭାଗର ଡ. ମଞ୍ଜରୀ ଚନ୍ଦ୍ରବଂଶି, ଚର୍ମ ଓ ଗୁପ୍ତ ରୋଗ ବିଭାଗ ଡ.ଅନୁପମ କାଳିଆ ପ୍ରମୁଖ ଉପସ୍ଥିତ ରହି ପ୍ରାୟ ୫୫୦ ଜଣ ବୟୋଜେଷ୍ଠ ବ୍ୟକ୍ତିଙ୍କ ସହିତ ବିଭିନ୍ନ ବୟସର ରୋଗୀ ଭାଗ ନେଇ ଆୟୁର୍ବେଦର ଚିକିତ୍ସା ଓ ଉଦ୍ଧେଶ୍ୟ ଜାଣିବା ସହ ବିଭିନ୍ନ ରୋଗ ପାଇଁ ପରାମର୍ଶ କରି ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିରକୁ ମନୋରଞ୍ଜନ ପୁରୋହିତ, ଗିରିଜା ଶଙ୍କର ପାଣିଗ୍ରାହୀ, ମନିଷ ଦୀକ୍ଷିତ, କଳାକର ଭୋଇ, ବିନୋଦ ବିହାରୀ ବେହେରା, ଈଶ୍ୱର ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ଭୋଇ, ସୁଦୀପ୍ତ ଭୋଇ, ନେପାଳ ମେହେର, ସୁବନ୍ ଜୁଏଡ, ହରିବୋଲ ଜୁଏଡ ପ୍ରମୁଖ ପରିଚାଳନା କରିବା ସହ ସମସ୍ତ ପ୍ରକାର ସହଯୋଗ କରିଥିଲେ । ତେବେ ଏଭଳି ଏକ ଶିବିର କରିଥିବାରୁ ଅଞ୍ଚଳରୁ ଆସିଥିବା ରୋଗୀମାନେ ଆୟୋଜକମାନଙ୍କୁ ଖୁବ୍ ପ୍ରଶଂସା କରିଥିଲେ ।

jayashree
Leave A Reply

Your email address will not be published.