ଗଞ୍ଜାମରେ ୭ ଲକ୍ଷ ୮୨ ହଜାର ୮୨୧ଜଣଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମସ୍ତ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି । ଗଞ୍ଜାମଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଞ୍ଜାମଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ନିଷ୍ପତି ନେଇଥିଲେ । ରବିବାର ସୁଦ୍ଧା ଗଞ୍ଜାମରେ ୭ ଲକ୍ଷ ୮୨ ହଜାର ୮୨୧ଜଣଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ ହୋଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଏହି ସୂଚନା ଦେଇଛନ୍ତି । ଏଥିରୁ ୧୧୨ ଜଣଙ୍କଠାରେ କରୋନା ଲକ୍ଷଣ ଚି଼ହ୍ନଟ ହୋଇଛି ୮୨ ଜଣଙ୍କ ଆକ୍ସିଜେନ ସ୍ତର କମ୍‌ ଥିବା ଜଣାପଡିଛି । ୩ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିବା କୁହାଯାଇଛି । ଆଶା କର୍ମୀ, ସ୍ୱଚ୍ଛସାଥି, ସୁପରଭାଇଜର, ଅଙ୍ଗନୱାଡିକର୍ମୀମାନେ ଘରକୁ ଘର ଯାଇ ଅକ୍ସିମିଟରରେ ଅମ୍ଳଜାନ ସ୍ତର ସହ ଶରୀରର ତାପମାତ୍ରା ଥର୍ମାଲ ସ୍କ୍ରିନିଂରେ ଯାଞ୍ଚ କରୁଛନ୍ତି। ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ ହସ୍ପିଟାଲକୁ ରେଫର କରାଯାଉଛି । ଗଞ୍ଜାମ ଜିଲ୍ଲାରେ ଘରକୁଘର ବୁଲି ସ୍ଵାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାରେ ସର୍ବମୋଟ ୨୦୨୧ ଟିମ୍‌ ସାମିଲ ହୋଇଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି ।

Leave A Reply

Your email address will not be published.

six − one =

error: Content is protected !!