ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଳଷ୍ଟର ଫାଉଣ୍ଡେସନ ମଧ୍ୟରେ ଏମ୍‌ଓୟୁ ଚୁକ୍ତିନାମା ସ୍ୱାକ୍ଷରିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଳଷ୍ଟର ଫାଉଣ୍ଡେସନ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଯାଇଛି । ଏହାଦ୍ୱାରା ଉଭୟ ଅନୁଷ୍ଠାନର ଶିକ୍ଷା, ଗବେଷଣା ଏବଂ ଭିତ୍ତିଭୂମି ସୁଦୃଢ଼ ହେବ । ଏହି ଚୁକ୍ତିନାମାକୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ୍ ଓ ଅଧ୍ୟକ୍ଷ (ବିସିକେଆଇସି) ପ୍ରଫେସର ମୃତ୍ୟୁଞ୍ଜୟ ସୁଆର ସ୍ୱାକ୍ଷର ଅବା ଦସ୍ତଖତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡ଼.ପ୍ରସନ୍ନ କୁମାର ସ୍ୱାଇଁ, କୁଳସଚିବ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି ଦ୍ୱିପାକ୍ଷିକ ଚୁକ୍ତିନାମା ଅବସରରେ ପ୍ରଫେସର ସୁଆର ‘India to enterprise: the building path’ ଉପରେ ତାତ୍ତ୍ଵିକ ଆଲୋଚନା ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ନିଜ ସମ୍ଭାଷଣରେ ଏହି ଚୁକ୍ତିନାମାକୁ ଯୁଗପୋଯୋଗୀ ବୋଲି ବର୍ଣ୍ଣନା କରିଥିଲେ । ଡ଼. ସଦାନନ୍ଦ ନାୟକ (ସଂଯୋଜକ, extrarneval lecture Seriese)ବୋଲି କହି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼. ନମ୍ରତା ମିଶ୍ର, ବିଭାଗୀୟ ମୁଖ୍ୟ (Technology and Innovation, BCKIC) ଏବଂ ପ୍ରଫେସର ସୁକାନ୍ତ ତ୍ରିପାଠୀ, ନିର୍ଦ୍ଦେଶକ (R & D Cell) ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 + fourteen =