om academy

କନ୍ଧମାଳର ଡାକୁଲ ନୃତ୍ୟରେ ପ୍ରକମ୍ପିତ ହେଲା ବରଗଡ଼

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରାରେ ଯୋଗଦେଇ ଦର୍ଶକଙ୍କ ମନମୋହିଲେ କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡାର କଳାକାର । କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା, ଜଗନ୍ନାଥ ବିଶୋଇ ଏବଂ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ କନ୍ଧମାଳର ସର୍ବ ପୁରାତନ ଲୋକକଳା ଡାକୁଲ ନୃତ୍ୟ ବରଗଡ଼ରେ ପହଂଚି ଏକ କୋଡିଏ ଜଣିଆ ଟିମ୍‌ ଦ୍ୱାରା ପରିବେଷଣ କରିଥିଲେ । ବରଗଡ଼ ଧନୁଯାତ୍ରାର ସାଂସ୍କୃତିକ ଶୋଭାଯାତ୍ରାରେ ଏହି ଡାକୁଲ ନୃତ୍ୟକୁ ଅଞ୍ଚଳର ଯୁବକ ଯୁବତୀ ଅଫିସର ମନଭରି ଉପଭୋଗ କରିଥିଲେ । ଆଦିମ ଅଧିବାସୀଙ୍କ ବେଶଭୁଷା କଳା ନୈପୁଣ ଏବଂ ନୃତ୍ୟକୁ ଜୀବନ୍ତ କରିବାରେ ସକ୍ଷମ ହୋଇଥିଲେ । ଏହି କଳା ସଂଗଠନ ଲୋକକଳା ଲୋକ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗ୍ରାମାଞ୍ଚଳର ପ୍ରତିଭାଙ୍କୁ ସୁଯୋଗ ଦେଉଥିବାରୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.

15 − eight =