csstore

ମହିଳା ମହାବିଦ୍ୟାଳୟ ବରପାଲି ଠାରେ ସ୍ୱାଗତୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ। ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ କୋଭିଡ ନିୟମ ମାନି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଶ୍ଵମୋହନ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଜିତ କୁମାର ଛାତ୍ରିଆ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓ ଯୁକ୍ତଦୁଇ ଜଗବନ୍ଧୁ ଦାଶ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମେହେର, ଇଂରାଜୀ ଅଧ୍ୟାପକ ସୁଧାଂଶୁ ଦାଶ ପ୍ରମୁଖ ଯୋଗ ଦେଇଥିଲେ । କଲେଜର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସାଂସ୍କୃତିକ ସମ୍ପାଦକ ଦାୟିତ୍ୱରେ ଥିବା ଓଡ଼ିଆ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏ ଅବସରରେ ଅଧ୍ୟାପିକା ପିଙ୍କି ବାରିକ୍ ଛାତ୍ରୀମାନଙ୍କ ଶୁଭାଶୀର୍ବାଦ କାମନା କରିଥିଲେ । ହିନ୍ଦୀ ବିଭାଗର ଅଧ୍ୟାପିକା ଜ୍ୟୋତି ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଛାତ୍ରୀମାନଙ୍କ ମଙ୍ଗଳ କାମନା କରିବା ସହ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ । ଅଧ୍ୟାପକ ସୁନୀଲ କୁମାର ନନ୍ଦ, ସାଗର ପଧାନ, ନୀତେଶ ତାଣ୍ଡି, ଅଧ୍ୟାପିକା ଅଙ୍କିତା ବାବୁ, ନିଳୀମା ନାୟକ, ଜୟଲକ୍ଷ୍ମୀ ସାହୁ, ଏବଂ ସହକର୍ମୀ ବୃନ୍ଦ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ପ୍ରଦୀପ କୁମାର ମିଶ୍ର, ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, କାଲୁ କୁମ୍ଭାର, ଆନନ୍ଦ ବେହେରା, ତ୍ରିପୁରା ବେହେରା ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.