csstore

କୋସଲ ସଂଗ୍ରାମୀମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନଠାରେ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତର ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରଠାରେ ଅଗଷ୍ଟ ୮ ତାରିଖରେ ଅଲଗା କୋସଲ ରାଜ୍ୟ ଓ କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବୀରେ ଦିଆଯାଇଥିବା ଧାରଣାରେ ଯୋଗ ଦେଇ କୋସଲ ସଂଗ୍ରାମୀ ମାନେ ଆଜି କୋସଲାଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଶୁଭ ଅବସରରେ କଣ୍ଟାବାଞ୍ଜି ରେଳ ଷ୍ଟେସନଠାରେ କଣ୍ଟାବାଞ୍ଜି ର ଯୁବ କବି ତଥା ସମାଜସେବୀ ରମେଶ କୁମାର ବାରିକ କୋସଲ ସଂଗ୍ରାମୀ କେକି ସିଂ ଭୋଇ, ଉମେଶ ବାରିକ, ଦିଲ୍ଲିପ କୁମାର ସରାପ, ଅନନ୍ତ ବାଗ୍, ମୋହନ ପୁଟେଲ, ଲାଲାଜୀ ଝାଙ୍କର, ପ୍ରକାଶ ରଣା, ନିଲକଣ୍ଠ ବାରିକ, ନିଲ କହଁର, କେଦାରନାଥ ସାହୁ, ସୁଜିତ ପାତ୍ରଙ୍କ ସହ ଅନ୍ୟ କୋସଲ ସଂଗ୍ରାମୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

jayashree
Leave A Reply

Your email address will not be published.