pakka

ଏବିଭିପି ତରଫରୁ ରକ୍ଷା ବନ୍ଧନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ତରଫରୁ ରକ୍ଷା ବନ୍ଧନ ପାଳନ କରାଯାଇଛି । ମୁଖ୍ୟତଃ ବଲାଙ୍ଗିର ଶାନ୍ତିପଡା ସ୍ଥିତ ସିଆରପିଏଫ୍‌ କ୍ୟାମ୍ପ ଓ ସୁରକ୍ଷା କର୍ମୀମାନଙ୍କୁ ବିଦ୍ୟାର୍ଥୀ ପରିଷଦ ତରଫରୁ ରାକ୍ଷୀ ବନ୍ଧା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏବିଭିପିର ବିଭାଗ ଛାତ୍ରୀ ପ୍ରମୁଖ ନୀଲମ ପ୍ରଧାନ, ସମୀକ୍ଷା ପ୍ରଧାନ, ଅନ୍ୱେଷା ହୋତା ଓ ପ୍ରୀତି ପ୍ରଧାନ ଏହି କାର୍ଯ୍ୟକ୍ରମର ମୁଖ୍ୟ ନେତୃତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା ଯେ, ଯେଉଁମାନେ ନିଜର ପରିବାର ଠୁ ଦୂରରେ ରହି ସମାଜ ପାଇଁ କର୍ତ୍ତବ୍ୟନିଷ୍ଠ ଭାବରେ ନିଜର ଦାୟିତ୍ଵ ତୁଲାଉଛନ୍ତି ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ।

Leave A Reply

Your email address will not be published.

four × 4 =