csstore

ପଦ୍ମପୁର ଅଂଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଦ୍ୱାରା ନବାଗତ ମାନଙ୍କୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଂଚଳ ମହାବିଦ୍ୟାଳୟର କନ୍‌ଫରେନ୍ସ ହଲ୍‌ ଠାରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ବାଣିଜ୍ୟ ବିଭାଗ ଦ୍ୱାରା ଯୁକ୍ତ ୨ ଓ ଯୁକ୍ତ ୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଓ କର୍ମଠ ହେବା ସହ ଭାବ ଆଦାନ ପ୍ରଦାନ କୌଶଳର ବିକାଶ ନିମିତ୍ତ ଧ୍ୟାନ ଦେବା ପାଇଁ ମାର୍ଗଦର୍ଶନ କରିଥିଲେ । ବାଣିଜ୍ୟ ବିଭାଗ ମୁଖ୍ୟ ନବକୃଷ୍ଣ ମିଶ୍ର ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ବାଣିଜ୍ୟ ଶିକ୍ଷାରେ କେରିଅର ଗଠନର ବିଭିନ୍ନ ଦିଗ ଉପରେ ଆଲୋକପତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଖଗେଶ୍ୱର ଦାଶ, ଯୁକ୍ତ ୨ ଇନ୍‌ଚାର୍ଜ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ଓଡ଼ିଆ ବିଭାଗ ମୁଖ୍ୟ ଡ. ସରୋଜ କୁମାର ନାଏକ, ଅର୍ଥନୀତି ବିଭାଗ ଅଧ୍ୟାପକ ପ୍ରମୋଦ ପାଣିଗ୍ରାହୀ, କମ୍ପ୍ୟୁଟର ସାଇନ୍ସ ବିଭାଗ ମୁଖ୍ୟ ମିଥୁନ ମେହେର, ଦର୍ଶନ ବିଭାଗ ଅଧ୍ୟାପକ ସଞ୍ଜୟ ତିଗଗା, ବାଣିଜ୍ୟ ବିଭାଗର ବ୍ରଜ କୁମ୍ଭାର, ଅଧ୍ୟାପିକା ନିଖତ ଅଞ୍ଜୁମ, ଅଧ୍ୟାପିକା ଲିପସା ଚନ୍ଦ୍ରାକର ଓ ଜଗବନ୍ଧୁ ସୁରୁଜାଲ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ତରଫରୁ କାର୍ଯ୍ୟକ୍ରମକୁ ଦ୍ଵିତୀୟ ବର୍ଷ ଛାତ୍ର ବୀର ଶର୍ମା ପରିଚାଳନା କରିଥିଲେ । ସ୍ୱାଗତ ସଂଗୀତ ଗାନ କରିଥିଲେ ସୁଶ୍ରୀ ଆଫ୍ରିନ, ନୀଳାଦ୍ରୀ ଓ ଜାହ୍ନବୀ । ଏହି ସମାରୋହକୁ ସଫଳ କରିବାରେ ମିନତୀ ଖରସେଲ, ପୂଜା ରାଜ୍ୱାନୀ, ଅଲିଭା ସାହୁ, ପ୍ରାଚୀ ଅଗ୍ରୱାଲ, ଖୁସି, ବର୍ଷାରାଣୀ କୁମ୍ଭାର, ଦମୟନ୍ତୀ ଲୁହାର, ଆୟୁଷ ଯୋଶୀ, ଆଦେଶ ସାହୁ, ମାନିକେଶ୍ୱର ତାଣ୍ଡି, ପପୁ ସାହୁ, ଧନିୱାଦ ବ୍ରିାଆପାନ କାରଲେ, କୁନାଳ ସାହୁ, ଶୈକ ମୋଇଉଦ୍ଦିନ ପ୍ରମୁଖ ସହଯୋଗ କରିଥିଲେ । ପରିଶଷରେ ସହନ ବାଜ ହୁସେନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.