pakka

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ନବନିର୍ବାଚିତ ଜନପ୍ରତିନିଧିଙ୍କୁ ସ୍ୱାଗତ କଲେ ମଲଦା ଗ୍ରାମବାସୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଲଦା ଗ୍ରାମଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ନବ ନିର୍ବାଚିତ ପାଇକମାଲ ଜୋନ ନଂ ୨ ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ତଥା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ରମେଶ ଚନ୍ଦ୍ର ସେଠୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୀତବାସ ସାହୁ, ବଲରାମ ବରିହା, ସୁଦର୍ଶନ ସାହୁ, ସୁଭାକର ରଣା, ଦୁର୍ବାଦଳ ବରିହା, ରୁଦନ ବରିହା, ବେଦବ୍ୟାସ ସାହୁ, ରୋହିତ କୁମାର ସାହୁ, ଜୟନ୍ତ ସାହୁ, ପିଣ୍ଟୁ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଅଞ୍ଚଳର ଉନ୍ନତି ପାଇଁ ଏକାଠି ସମସ୍ତେ କାମ କରିବୁ ବୋଲି ଜନସାଧାରଣଙ୍କୁ ପ୍ରତିଶୃତି ଦେଲେ ।

jay balangir
Leave A Reply

Your email address will not be published.

1 × three =