jsm

ଛତ୍ରପୁରରେ ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ଦିବସ ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁବାବୁଙ୍କ ଜୟଗାନ କରି ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ କରାଯାଇଛି । ଛତ୍ରପୁର ଲୋଏର ବସଷ୍ଟାଣ୍ଡଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେଡି ନେତ୍ତୃବର୍ଗଙ୍କ ଦ୍ଵାରା ଭକ୍ତିପୂତ ସମ୍ମାନ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ସମାରୋହରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ତଥା ନବନିର୍ବାଚିତ ୨୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଏମ୍.ଧନଞ୍ଜୟ ରେଡ୍ଡୀ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ କାଉନସିଲର ବି.ରାଜିବାବୁ, ଟି.ଚନ୍ଦ୍ର ଶେଖର ରାଓ, ତଥା ବହୁ ନାରୀନେତ୍ରୀ, ଗଣ୍ୟମାନ୍ୟ ଅତିଥି ଓ ନେତୃବର୍ଗ, କର୍ମୀ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

yuvodaya
Leave A Reply

Your email address will not be published.