pakka

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତରଫରୁ ସ୍ୱଚ୍ଛତା ପକ୍ଷ ପାଳନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଚ୍ଛତା ହିଁ ଧର୍ମ, ସ୍ୱଚ୍ଛତା ହିଁ କର୍ମକୁ ପାଥେୟ କରି ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଜୁନିୟର ରେଡକ୍ରସ କାଉନ୍‌ସେଲର ରାମ ନାରାୟଣ ଦାଶଙ୍କର ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ୧୫ ଦିନ ବ୍ୟାପୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲିଥିଲା । ପ୍ରଥମ ଦିନରେ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ପରିଷ୍କାର ପରିଚ୍ଛନ୍ନତା ପାଇଁ ଅଙ୍ଗିକାର ବଦ୍ଧ ହୋଇ ରହିବା ଏବଂ ସେଥିପାଇଁ ସମୟ ଦେବା ସହ କରୋନା ମହାମାରୀକୁ ହରାଇବା ପାଇଁ କୋଭିଡ-୧୯ର ସମସ୍ତ ନୀତି ନିୟମ ମାନିବା ପାଇଁ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶପଥ ପାଠ କରାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍‌ ମାଧ୍ୟମରେ ଶିକ୍ଷକ ବିଶ୍ୱନାଥ ମେହେର, ଆଦିତ୍ୟ ରଣା, ସୁଦର୍ଶନ ଦାଶ, ରେଣୁକା ସାହୁ ସ୍ୱଚ୍ଛତା ପକ୍ଷର ପରିସର ଓ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । କରୋନା ଭୂତାଣୁରୁ ରକ୍ଷା ପାଇବା ନିମନ୍ତେ ଟୀକାକରଣରେ ପ୍ରତ୍ୟେକ ବ୍ୟକ୍ତି ସାମିଲ ହେବା ପାଇଁ ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ, ଦ୍ରୋପଦୀ ଭୋଇ, ଭାରତୀ ପଧାନ ଜନସାଧାରଣ ମାନଙ୍କୁ ସଚେତନ କରିଥିଲେ । ହାତ ଧୁଆର ଛଅଟି ସୋପାନକୁ ଜୁନିୟର ରେଡକ୍ରସ କାଉନ୍‌ସେଲର ରାମ ନାରାୟଣ ଦାଶ ଓ ବିଜ୍ଞାନ ଶିକ୍ଷକ ଲିଙ୍ଗରାଜ ନନ୍ଦ ଡେମୋଷ୍ଟ୍ରେସନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିଖାଇ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଚନା, ଗୀତ, ଚିତ୍ରାଙ୍କନ, ସ୍ଲୋଗାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଭାଗରେ ହର ପ୍ରସାଦ ବାରିକ, ପିୟୁଷ କୁମାର ଭୋଇ, ସସ୍ମିତା ବଗର୍ତ୍ତୀ, ରୁପାନ୍ତୀ ବଗର୍ତ୍ତୀ, ଦିପାନ୍ତୀ ବଗର୍ତ୍ତୀ, କୃଷ୍ଣ କୁମାର ଯଶପାଲ ସିଂ ରାଣା ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବାରୁ ଶେଷ ଦିନରେ ବିଦ୍ୟାଳୟ ତରଫରୁ ପୁରଷ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ବ୍ରଜମୋହନ ମାଝୀ, ଶିକ୍ଷୟତ୍ରୀ କାନ୍ତୀ ଭୋଇ, ଯଶୋବନ୍ତୀ ସୁନା ବିଭିନ୍ନ ପ୍ରତିଯୋଗୀତାର କାର୍ଯ୍ୟକ୍ରମ ତୁଳାଇଥିଲେ । ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନତାରେ ପୁରାତନ ଛାତ୍ର ଧର୍ମରାଜ ବାଗ, ଅସିତ କୁମାର ସୁନା, ଦେବେନ୍ଦ୍ର ଭୋଇ, ପ୍ରଦ୍ୟୁମ୍ନ ମଲ୍ଲିକ, ମାନସ ତମଲିଆ, ଅଭିଳାଷ କମ୍ପ, ବିଶ୍ୱଜିତ ବାଗ ପ୍ରଭୃତି ଶ୍ରମଦାନ କରିଥିଲେ । ଶେଷରେ ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

nineteen + 15 =

error: Content is protected !!