ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ : ‘ଆସନ୍ତୁ ସ୍ୱଚ୍ଛ ଓ ସୁନ୍ଦର ଭୁବନେଶ୍ୱର ଗଢ଼ିବା’

ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ ପାଇଁ ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ନିଜର ମତ ରଖିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରର ବିକାଶ ଧାରାକୁ ଆଗେଇ ନେବାରେ ଆପଣମାନେ ସବୁ ସମୟରେ ସହଯୋଗ କରି ଆସିଛନ୍ତି । ଏକ ସ୍ୱଚ୍ଛ ଓ ସୁନ୍ଦର ସହରର ଭାବେ ଐତିହାସିକ ସହର ଭୁବନେଶ୍ୱର ସାରା ଦେଶରେ ବେଶଜଣାଶୁଣା । ଆପଣମାନଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି ।

ଏଥର ଭୁବନେଶ୍ୱର ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ରେ ଭାଗ ନେଇଛି । ଭୁବନେଶ୍ୱର ବାସିନ୍ଦା ଭାବେ ମୁଁ ଭୁବନେଶ୍ୱର ସପକ୍ଷରେ ମତ ଦେଇଛି । ଆପଣମାନେ ମଧ୍ୟ ସ୍ୱଚ୍ଛ ଭାରତ ମିଶନ ଅବାର୍ନ ପୋର୍ଟାଲରେ ଭୁବନେଶ୍ୱର ସପକ୍ଷରେ ସିଟିଜେନ୍‌ ଫିଡବ୍ୟାକ୍‌ ଦେବାକୁ ସେ ଅନୁରୋଧ କରିଛନ୍ତି । ଆପଣଙ୍କ ପ୍ରିୟ ସହର, ଆମ ସମସ୍ତଙ୍କ ଭୁବନେଶ୍ୱରକୁ ଶୀର୍ଷରେ ରଖିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

Leave A Reply

Your email address will not be published.