ମାଲକାନଗିରିରେ ପ୍ରବଳ ବର୍ଷା : ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି

ମାଲକାନଗିରି/କାଲିମେଳା : ମଙ୍ଗଳବାର ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବନ୍ୟା ପରିସ୍ଥିତି ଦେଖା ଦେଇଛି । ପ୍ରବଳ ବର୍ଷା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରକୋଣ୍ଡା, ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି ଚାଲୁଛି । ମୋଟୁ, କାଲିମେଳା, ଆନ୍ଧ୍ର-ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

୩୨୬ ନମ୍ବର ବିଜୟଓ୍ବାଡା ରାଞ୍ଚି ଜାତୀୟ ରାଜପଥରର କାଙ୍ଗୁରୁକୋଣ୍ଡା ପୋଲ ଉପରେ ୩ ଫୁଟ ବର୍ଷା ଜଳ ପ୍ରବାହିତ ହେଉଅଛି । ଫଳରେ ପୋଲର ଉଭୟ ପାର୍ଶ୍ବରେ ଅନେକ ଗାଡି ମଟର ଅଟକି ରହିଛି । ମାଲକାନଗିରି ସହିତ କାଲିମେଳା ବ୍ଳକର କାଲିମେଳା, ଏମ :ଭି ୭୯, ମୋଟୁକୁ ଯୋଗାଯୋଗ ବନ୍ଦ ରହିଛି । କାଲିମେଳା ବ୍ଳକ ସହିତ ପଡିଆ ବ୍ଳକକୁ ସଂଯୋଗ କରୁଥିବା ଉଣ୍ଡୁରକୋଣ୍ଡା କନ୍ୟାଶ୍ରମ ପୋଲ ଉପରେ ୨ ରୁ ୩ ଫୁଟ ବର୍ଷା ପାଣିର ଲହରୀ ମାରୁଛି । ଯାହା ଫଳରେ କାଲିମେଳା ବ୍ଳକ ସହିତ ପଡିଆ ବ୍ଲକର କନ୍ୟାଶ୍ରମ, ଉଣ୍ଡୁରୁକୋଣ୍ଡା, ଗଠନପାଲ୍ଲୀ, ଏମ.ଭି ୫୮, ବାପାନପାଲ୍ଲୀ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି । ପୋଟେରୁ, ଏମ୍‌ଭି୩୭ ପୋଲକୁ ମଧ୍ୟ ପାଣି ଲାଗି ଗଲାଣି । ଅନ୍ୟପଟେ କାଲିମେଳା ବ୍ଳକର କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଫାର୍ମ କଲୋନୀ ଯିବା ବାଟର ପୋଲ ଉପରେ ମଧ୍ୟ ବର୍ଷା ପାଣି ଲହରୀ ମାରୁଛି । ବ୍ରିଜର ଗୋଟିଏ ପଟେ ଭାଙ୍ଗିଯାଇଛି । ଫଳରେ କାଲିମେଳା ବ୍ଳକ ସହ ବଡିଗେଟା ଓ ତେଲେରାଇ ଗ୍ରାମ ପଞ୍ଚାୟତର କେତେକ ଗାଁ ସହିତ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

Leave A Reply

Your email address will not be published.