pakka

କେସିଙ୍ଗାରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଶୁଭାରମ୍ଭ

bbehera

କେସିଙ୍ଗା, (ପି.କେ. ସାହୁ) : ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ କେସିଙ୍ଗା ସହର ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ପାଖରୁ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଜୀଙ୍କ ମୂର୍ତ୍ତିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଏସ୍‌ଡିପିଓ କେସିଙ୍ଗା ଏସ.ସୁଶ୍ରୀ ଏବଂ ୟୁବ ସମାଜ ସେବକ ଅନୁପ କୁମାର ଜୈନ ଗାନ୍ଧୀଜୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତା’ ପରେ ପରେ ୟୁବ ସମାଜ ସେବକ ଅନୁପ କୁମାର ଜୈନ ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ଶପଥ ପାଠ କରାଇଥିଲେ । ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ପ୍ରସନ୍ନ ମେହେରଙ୍କ ନିର୍ଦ୍ଧେଶ କ୍ରମେ ଜାତୀୟ ସ୍ୱେଚ୍ଛାସେବୀ ବିମଳ ବାଗ ଏବଂ ଶମ୍ଭୁ ବିଶି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥିରେ ବିକାଶ ଚନ୍ଦ୍ର ଅଗ୍ରୱାଲ, ସ୍ଵାଧୀନ ପଟ୍ଟନାୟକ, ରଶ୍ମିରଞ୍ଜନ ମିଶ୍ର, ହୃଷୀକେଶ ନାଏକ, ଦୌଲତ ପ୍ରସାଦ କଶ୍ୟପ, ସୁନିଲ ସୁନା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ । ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କେସିଙ୍ଗା ବ୍ଲକ ଏବଂ ସାରା କଳାହାଣ୍ଡିରେ ସମସ୍ତ ଗାଁରେ ଆରମ୍ଭ ହୋଇ ସଦର ମହକୁମା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଚାଲିବାକୁ ନିଷ୍ପତି ହୋଇଛି । କଳାହାଣ୍ଡି ଜିଲ୍ଲାରୁ ପ୍ରାୟ ୧୧୦୦୦ କେଜି ବ୍ୟବହାର ହୀନ ପ୍ଲାଷ୍ଟିକ ଏବଂ ପଲିଥିନ ଜମାକାରିବା ପାଈଁ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

jay balangir
Leave A Reply

Your email address will not be published.

eleven − three =

error: Content is protected !!