ଖୁଣ୍ଟିଗୋରାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ ପ୍ରହଲ୍ଲାଦ ସେଠୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତର ଖୁଣ୍ଟିଗୋରା ଗ୍ରାମରେ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଖୁଣ୍ଟିଗୋରା ସରପଞ୍ଚ ପ୍ରହଲ୍ଲାଦ ସେଠୀ ଖୁଣ୍ଟିଗୋରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଓ ସଚେତନତା କରିବା ପାଇଁ ଅକ୍ଟୋବର ୪ ତାରିଖ ସକାଳ ୯ଟା ସମୟରୁ ୦୭ ତାରିଖ ସକାଳ ୯ଟା ସମୟ ଯାଏ ୭୨ଘଣ୍ଟା ପର୍ୟ୍ୟନ୍ତ ଖୁଣ୍ଟିଗୋରା ଠାରୁ ବହାର ଛକ ପର୍ୟ୍ୟନ୍ତ ସଂପୂର୍ଣ୍ଣ ପ୍ରଭାବ ନିରୋଧ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି । ଏହି ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ, ବଜାର ଓ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ଏହି ସମୟରେ ବିନା କାରଣରେ କେହି ବାହାରକୁ ନ ବାହାରିବାକୁ ଅନୁରୋଧ କରିବା ସହ ଏକତ୍ରିତ ନରହି ନିଜେ ସୁସ୍ଥ ରହିବା ଓ ଅନ୍ୟମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବାକୁ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି ସରପଞ୍ଚ ଶ୍ରୀ ସେଠୀ ।

Leave A Reply

Your email address will not be published.