ଗତ ୨୪ ଘଂଟାରେ ଓଡ଼ିଶାରେ ୩୩୨୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୩୨୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୯୪୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୩୮୧ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୧୨୨, ବରଗଡ଼ରୁ ୯୪, ଭଦ୍ରକରୁ ୩୬, ବଲାଙ୍ଗିରରୁ ୧୦୩, ବୌଦ୍ଧରୁ ୫୪, କଟକରୁ ୨୬୫, ଦେବଗଡ଼ାରୁ ୨୧, ଢେଙ୍କାନାଳରୁ ୮୫, ଗଜପତିରୁ ୨୨, ଗଂଜାମରୁ ୫୭, ଜଗତସିଂହପୁରରୁ ୮୦, ଯାଜପୁରରୁ ୧୪୮, ଝାରସୁଗୁଡ଼ାରୁ ୧୦୭, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୬୦, କେନ୍ଦ୍ରାପଡ଼ାରୁ ୧୦୩, କେଉଁଝରରୁ ୧୦୧, ଖୋର୍ଦ୍ଧାରୁ ୬୩୮, କୋରାପୁଟରୁ ୪୫, ମାଲକାନଗିରିରୁ ୧୯, ମୟୁରଭଂଜରୁ ୧୩୧, ନବରଙ୍ଗପୁରରୁ ୬୧, ନୟାଗଡ଼ରୁ ୬୧, ନୂଆପଡ଼ାରୁ ୧୪୭, ପୁରୀରୁ ୧୪୦, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୧୦୭, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୯୩, ଷ୍ଟେଟ୍‌ ପୁଲ୍‌ ୧୪୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୩୨୭୧୩ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୫୫୯ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

Leave A Reply

Your email address will not be published.