jayashree

ଚାଇଲ୍ଡ ହେଲ୍ପ ଲାଇନ୍ ତରଫରୁ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପିଏମ୍‌ଶ୍ରୀ ପତିତପାବନ ଉଚ୍ଚ ବିଦ୍ୟାଳୟ ବଲାଙ୍ଗିର ଚାଇଲ୍ଡ ହେଲ୍ପ ଲାଇନ୍ ତରଫରୁ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୟୁତି ରଞ୍ଜନ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟକ୍ରମ ଆରମ୍ଭ କରାଗଲା । କାର୍ଯ୍ୟକ୍ରମରେ ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ ଖୁଆସ ମିଶନ ବସଲ୍ୟ ଯୋଜନା ଉପରେ ଆନୁଷ୍ଠାନିକ ଯତ୍ନ ଓ ଅଣ ଆନୁଷ୍ଠାନିକ ଯତ୍ନ ଉପରେ ଶିଶୁ ସୁରକ୍ଷା ଉପରେ ବିଭିନ୍ନ ଯୋଜନା ସମ୍ପର୍କରେ ଜଣାଇଥିଲେ । ଏହି ସଚେତନତା ସଭାରେ ଚାଇଲ୍ଡ ହେଲ୍ପ ଲାଇନ୍‌ର ସୁବୋଧ କୁମାର ପଧାନ କହିଲେ ଅସୁରକ୍ଷିତ ଘେରରେ ଥିବା ଶିଶୁମାନଙ୍କୁ ସୁରକ୍ଷା, ସାହାଯ୍ୟ କରିବାକୁ ଶିଶୁ ମାନଙ୍କ ନିମନ୍ତେ ଜରୁରୀକାଳୀନ ଭିତ୍ତିରେ ୧୦୯୮ ଚାଇଲ୍ଡ ହେଲ୍ପ ଲାଇନ ସର୍ଭିସେସକୁ ଫୋନ୍ କରିବାକୁ ଜଣାଇଥିଲେ । ବାଲ୍ୟ ବିବାହ, ଶିଶୁ ଶ୍ରମିକ ରୋକିବାକୁ ମଧ୍ୟ ଜଣାଇଥିଲେ । କାର୍ଯ୍ୟକ୍ରମରେ ଶୁଭମ୍ ଜେନା, ଚନ୍ଦ୍ରିକା ନନ୍ଦ, ଡୋଳି ସାହୁ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସିକ୍ଷିୟିତ୍ରି ଅଂଶୁପା ଭୋଇ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ଶେଷ କରିଥିଲେ ।

Leave A Reply

Your email address will not be published.