jayashree

ଏବିଭିପି ତରଫରୁ ଛାତ୍ର ସଂସଦ ନିର୍ବାଚନ ପାଇଁ କୁଳପତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

  • ଛାତ୍ର ସଂସଦ ନିର୍ବାଚନ ସହ ବିଶ୍ଵବିଦ୍ୟାଳୟର ୧୫ ଗୋଟି ସମସ୍ୟା ସମାଧାନ କରିବା ପାଇଁ ଏବିଭିପିର ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ପାଇଁ କୁଳପତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ୨୦୧୮ ମସିହାରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ ଛାତ୍ର ନେତୃତ୍ୱର ବିକାଶ ହେଇପାରୁନାହିଁ, କଲେଜର ବିଭିନ୍ନ ପ୍ରକାର ମୌଳିକ ସମସ୍ୟାର ସମାଧାନରେ ମଧ୍ୟ ବିଳମ୍ବ ହେଉଛି । ଛାତ୍ର ସଂସଦ ନିର୍ବାଚନ ହେଲେ ନୂତନ ନେତୃତ୍ୱ ସୃଷ୍ଟି ହେବା ସହ ସମାଜର ଆଗାମୀ ନେତୃତ୍ୱ ତିଆରି ହେବ, ତେଣୁ ବର୍ତ୍ତମାନର ସରକାର ପୂର୍ବରୁ ବନ୍ଦ ହୋଇଥିବା ଛାତ୍ର ସଂସଦ ନିର୍ବାଚନକୁ ଏବର୍ଷ ଆରମ୍ଭ କରିବା ସହ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ମୌଳିକ ୧୫ଟି ସମସ୍ୟାର ସମାଧାନ କରିବା ପାଇଁ ଦାବି କରାଯାଇଛି । ସେଗୁଡିକ ହେଲା
୧ ଶିକ୍ଷାର ଗୁଣବତ୍ତା ଆଣିବା ପାଇଁ ସବୁ ବିଭାଗରେ ସହକାରୀ ଅଧ୍ୟାପକ ପ୍ରଦାନ କରାଯାଉ ।
୨ ପୂର୍ବରୁ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ନାମରେ ଥିବା ଜମିର ପୁନଃ ବିଶ୍ଵବିଦ୍ୟାଳୟ ନାମରେ ନାମିତ କରାଯାଉ ।
୩ ବିଶ୍ଵବିଦ୍ୟାଳୟର ଖେଳ ପଡିଆକୁ ଆଧୁନିକୀକରଣ କରାଯାଉ ।
୪ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଉ ୪ ଗୋଟି ହଷ୍ଟେଲ ପ୍ରଦାନ କରାଯାଉ ଯଦ୍ଵାରା ବିଦ୍ୟାର୍ଥୀ ଲାଭବାନ ହେବେ ।
୫ ବିଶ୍ଵବିଦ୍ୟାଳୟର ଭିତରେ ଥିବା ସମସ୍ତ ରାସ୍ତାକୁ କଂକ୍ରିଟ ମାଧ୍ୟମରେ ତିଆରି କରାଯାଉ ।
୬ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଵତନ୍ତ୍ର ସାଧାରଣ କକ୍ଷ ତିଆରି କରାଯାଉ ।
୭ ଏନ୍‌ଇପି-୨୦୨୦ ଅନୁସାରେ ବିଶ୍ଵବିଦ୍ୟାଳୟରେ ଆଇନ, ସାମ୍ବାଦିକତା, ତର୍କ ଶାସ୍ତ୍ର, ସମାଜ ବିଜ୍ଞାନ ଭଳି ଅନେକ ବିଭାଗ ଖୋଲାଯାଉ ।
୮ ସାଇକେଲ, ମଟର ସାଇକେଲର ନୂତନ ଷ୍ଟାଣ୍ଡ ନିର୍ମାଣ କରାଯାଉ ।
୯ ଅଧ୍ୟାପକ ମାନଙ୍କ ପାଇଁ ସରକାରୀ କୋଠା ତିଆରି କରାଯାଉ ।
୧୦ ଏନ୍‌ସିସିରେ ନୌସେନା, ବାୟୁସେନା ଯଥା ଶୀଘ୍ର ଖୋଲାଯାଉ ।
୧୧ ବିଶ୍ଵବିଦ୍ୟାଳୟରେ ଅନ୍ତ ବ୍ୟାୟାମ ଶାଳା ଖୋଲାଯାଉ ।
୧୨ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକର ପୁନଃ ନିର୍ମାଣ କରାଯାଉ ।
୧୩ ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ପାଇଁ ମିନି ଉଦ୍ୟାନ ତିଆରି କରାଯାଉ ।
୧୪ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଵତନ୍ତ୍ର ବିଶ୍ଵବିଦ୍ୟାଳୟ ବସ୍‌ର ବ୍ୟବସ୍ଥା କରାଯାଉ ।
୧୫ ବିଶ୍ଵବିଦ୍ୟାଳୟର ପଛପଟ ବାଡ଼ ଯଥାଶୀଘ୍ର ତିଆରି କରାଯାଉ ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୨୦୧୮ ମସିହାରୁ ସବୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି କରିଆସୁଛି ଓ ଏବର୍ଷ ମଧ୍ୟ ଏସବୁ ସମସ୍ୟାର ଯଥାଶୀଘ୍ର ସମାଧାନ କରାଯିବା ସହ ଛାତ୍ର ସଂସଦ ନିର୍ବାଚନ ଓ ପରିଚାଳନା ସମିତି ଗଠନ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ଜିଲ୍ଲା ସଂଯୋଜକ ଆଲୋକ ଗୁରାଣ୍ଡି କହିଛନ୍ତି । ଏହି ସମୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ପ୍ରଧାନ, ନଗର ସହ ସମ୍ପାଦିକା ଅଙ୍କିତା ଶତପଥି, ଝରଣା ବାଗ ଓ ଅନେକ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.