କୁଡ଼ାସିଂହା ତିଲକରାମ ୟୁପି ସ୍କୁଲରେ ସୁରଭି କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହା ଆଞ୍ଚଳିକ ସାଧନ କେନ୍ଦ୍ରରେ ସୁରଭି ୨୦୨୩ କାର୍ଯ୍ୟକ୍ରମ ସ୍ଥାନୀୟ ତିଳକରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଡ଼ାସିଂହାରେ ମହାସମାରୋହରେ ପାଳିତ ହୋଇଯାଇଛି। କେନ୍ଦ୍ର ଅଧିନସ୍ଥ ମୋଟ ୧୨ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପୂର୍ଣ୍ଣ ଅଂଶଗ୍ରହଣରେ ଏବଂ ସି.ଆର.ସି.ସି. ଦୋଲାମଣି ଭୋଇଙ୍କ ନେତୃତ୍ଵରେ ଉତ୍ସବଟି ପାଳିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସୁନା ସଭାପତିତ୍ଵ କରିଥିଲେ। ଗାଁର ଗୌନ୍ତିଆ ଶ୍ରୀଯୁକ୍ତ ଉମାକାନ୍ତ ଝାଙ୍କରଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ, ମୁଖ୍ୟ ଅତିଥି ସ୍ଥାନୀୟ ବୁଢ଼ାଡଙ୍ଗର କଲେଜର ପ୍ରାଧ୍ୟାପକ ଛବିଳ ବଗର୍ତ୍ତିଙ୍କ ଦ୍ଵାରା ଛାତ୍ରଛତ୍ରୀଙ୍କ ଉଦ୍ଧେଶ୍ୟରେ ସୌରଭ ବାର୍ତ୍ତା ପ୍ରଦାନ କରାଯାଇଥିଲା । ମଞ୍ଚ ସଂଯୋଜନା କଲେ ଶିକ୍ଷକ ଦୃବଚରନ ଦାସ, ଲୁକ୍କାୟିତ ପ୍ରତିଭା ଅନ୍ୱେଷଣ ମୂଳକ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ, ଚିତ୍ରାଙ୍କନ, ବକୃତା, ବିତର୍କ, ସୃତଳିଖନ, କୁଇଜ୍ ଆଦି ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ଉଦଯାପନୀ ଉତ୍ସବର ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ମିଲେଟ ଏବଂ ଉତ୍ତମ ସାସ୍ଥ୍ୟ ପୁଷ୍ଟିକର ଖାଦ୍ୟ ଉପରେ ସରକାରଙ୍କ ଗୁରୁତ୍ୱର ନିଖୁଣ ଚିତ୍ର କାର୍ଯ୍ୟକ୍ରମକୁ ସୌରଭ ପ୍ରଦାନ କରିଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମିତି ସଭ୍ୟ ମାନିନୀ ପଟେଲ ଏବଂ ସମ୍ମାନିତ ଅତିଥି ଭାବେ ସକ୍ଷମ ଦଶରଥ ବଗର୍ତ୍ତି ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସରକାରୀ ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚିକଲବାହାଲ ଦଳ ସର୍ବ ଶ୍ରେଷ୍ଠ ହୋଇ ବ୍ଲକ ସ୍ତରକୁ ଉନ୍ନୀତ ହେଲେ । ଶିକ୍ଷକ ରବୀନ୍ଦ୍ର ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ସି.ଆର.ସି.ସି. ଡୋଲାମଣୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

thirteen + ten =