pakka

ପଦୋନ୍ନତି ଅଦାଲତରେ ଦ୍ୱିତୀୟ ଦିନର ଶୁଣାଣି ଅନୁଷ୍ଠିତ

bbehera
  • ଆଜିକୁ ମିଶାଇ ୮୧୮ଟି ଅଭିଯୋଗର ଶୁଣାଣି ଓ ୬୪୮ଟି ଆବେଦନକୁ ପଦୋନ୍ନତି ନିମନ୍ତେ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତର ଆଜି ଦ୍ୱିତୀୟ ଦିନରେ ୪୮୧ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ୩୪୦ଟି ଆବେଦନକୁ ଅଦାଲତ ପଦୋନ୍ନତି ନିମନ୍ତେ ବିବେଚନା କରିଛନ୍ତି । ଆଜିକୁ ମିଶାଇ ୮୧୮ଟି ଆବେଦନର ଶୁଣାଣି କରାଯାଇଥିବା ବେଳେ ସେଥିମଧ୍ୟରୁ ୬୪୮ଟି ଆବେଦନକୁ ପଦୋନ୍ନତି ପାଇଁ ଗ୍ରହଣ କରାଯାଇଛି ।

ଆଜି ଦ୍ୱିତୀୟ ଦିନରେ ଗ୍ରାମ୍ୟ ଉନ୍ନୟନ, ଇସ୍ପାତ୍ ଓ ଖଣି, ବିଦ୍ୟାଳୟ ଓ ଗଣଶିକ୍ଷା, ସାଧାରଣ ଉଦ୍ୟୋଗ, ଅବକାରୀ, ସୂଚନା ଓ ଲୋକ ସଂପର୍କ, ଜଳ ସଂପଦ, ପୂର୍ତ୍ତ, ଶକ୍ତି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଇଲୋକଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗର
ଶୁଣାଣି କରାଯାଇଥିଲା ।

ଗତକାଲି ଭଳି ଆଜି ମଧ୍ୟ ୬ ଜଣ ଅତିରିକ୍ତ ଶାସନ ସଚିବ ଡ଼ଃ ନିକୁଞ୍ଜ କିଶୋର ସୁନ୍ଦରାୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ, ରାଜ କୁମାର ଶର୍ମା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ଦେଓ ରଂଜନ ସିଂ କଳିଙ୍ଗ ଷ୍ଟାଡିୟମ ସମ୍ମିଳନୀ କକ୍ଷ, ଡ଼ଃ ମୋନା ଶର୍ମା ଇଡକୋ ସମ୍ମିଳନୀ କକ୍ଷ, ଶ୍ରୀମତୀ ଅନୁ ଗର୍ଗ କୃଷି ଭବନ ଅଡିଟୋରିୟମ ଏବଂ ସତ୍ୟବ୍ରତ ସାହୁ ଏସ୍ଆଇଆରଡି ସମ୍ମିଳନୀ କକ୍ଷରେ ଅଭିଯୋଗର ଶୁଣାଣି କରିଥିଲେ ।

ଆସନ୍ତା କାଲି ଶେଷ ଦିନରେ ଜଙ୍ଗଲ ଓ ପରିବେଶ, କ୍ରୀଡା ଓ ଯୁବସେବା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସମବାୟ, ବାଣିଜ୍ୟ ଓ ପରିବହନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଶିଳ୍ପ, ସୂକ୍ଷ୍ମ କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯିବ ।

Leave A Reply

Your email address will not be published.

five × 4 =