pakka

ଫେଲ ମାରୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ତରୁଣ ଭୁଏ, ଜାନୀ ବରିହାଙ୍କ ଭଳି ଗରିବଙ୍କ ଉପରେ କେବେ ପଡିବ ସରକାରଙ୍କ ଆଖି

kalikesh

ପାଟଣାଗଡ, (କେପିଏନ୍‌ଏସ୍‌) : ଫେଲ୍‌ ମାରୁଛି ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତରୁଣ ଭୁଏ, ଦୀନ ବରହାଙ୍କ ଭଳି ଗରିବଙ୍କ ଉପରେ କେବେ ପଡିବ ସରକାରଙ୍କ ଆଖି ସଧାରଣରେ ପ୍ରଶ୍ନ ଉଠୁଛି । ତରୁଣ ଭୁଏ ଓ ଦୀନ ବରିହା ପାଟଣାଗଡ ବ୍ଲକ ଅନ୍ତର୍ଗତ ଲରମ୍ଭା ଗ୍ରାମ ପଞ୍ଚାୟତର କୁତୁର୍ଲା ଗାଁର ବାସିନ୍ଦା । କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । ତରୁଣ ଭୁଏଙ୍କ ପରବାରରେ ୫ଜଣ ସଦସ୍ୟ ରହୁଥିବା ବେଳେ ତାଙ୍କ ବାସଗୃହରେ ଟଙ୍ଗା ହୋଇଛି ପଲିଥିନ । ପୁଣି ଦୀନ ବରିହାଙ୍କ ୪ ଜଣ ବିଶିଷ୍ଟ ପରିବାର ହୋଇଥିବା ବେଳେ ସେମାନେ ଏବେ ବି ପାଳ ଛପରେ ଘରେ ଦିନ କଟନ୍ତି । ଏମାନେ ଅନେକ ଥର ପକ୍କା ଘର ପାଇବାକୁ ଆବେଦନ କରିଥିଲେ ସୁଦ୍ଧା ସଦ୍ୟ ପ୍ରକାଶିତ ହିତାଧକାରୀଙ୍କ ତାଲିକାରେ ସେମାନଙ୍କ ନାଁ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅସଂଖ୍ୟ ନକଲି ଗରିବ ପକ୍କା ଘର ପାଇ ସାରିଥିବା ବେଳେ ଏଭଳି ଅସଲି ଗରିବଙ୍କ ଉପରେ ସରକାରଙ୍କ ଦୃଷ୍ଟି ପଡିବ କେବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

pp
Leave A Reply

Your email address will not be published.

3 × 2 =